ମହିଳା ବନ୍ଧୁଙ୍କୁ କକ୍‌ପିଟ୍‌ରେ ପୂରାଇଥିଲେ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେଇ ଫସିଗଲେ Air India ପାଇଲଟ୍‌

ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ପାଇଲଟ ନିଜ ମହିଳା ବନ୍ଧୁଙ୍କୁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେଇ ଫସିଯାଇଛନ୍ତି। ପାଇଲଟ୍‌ ଜଣକ ତାଙ୍କ ବନ୍ଧୁଙ୍କୁ କକ୍‌ପିଟ ଭିତରେ ପ୍ରବେଶ କରିବାକୁ ଦେଇଥିଲେ।

ନିଜ ମହିଳା ବନ୍ଧୁଙ୍କୁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେବା ଏୟାର ଇଣ୍ଡିଆର ଜଣେ ପାଇଲଟ୍‌ଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲା ଫେବୃଆରୀ ୨୭ର। ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ପାଇଲଟ ନିଜ ମହିଳା ବନ୍ଧୁଙ୍କୁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେବାକୁ ଯାଇ ତାଙ୍କୁ କକ୍‌ପିଟ ଭିତରେ ପ୍ରବେଶ କରାଇଥିଲେ। ଏହି କାରଣରୁ ମାମଲା ସାମ୍ନାକୁ ଆସିବା ପରେ ଡିଜିସିଏ ଏ ନେଇ ମାମଲା ରୁଜୁ କରିଛି। ଡିଜିସିଏ ସୁରକ୍ଷା ମାନଦଣ୍ଡ ଉଲ୍ଲଂଘନ କରିବା ନେଇ ସମ୍ପୃକ୍ତ ପାଇଲଟଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପାଇଲଟଙ୍କ ବିରୋଧ ଅଭିଯୋଗ ହୋଇଛି ଯେ ସେ ତାଙ୍କ ମହିଳା ବନ୍ଧୁଙ୍କୁ ସ୍ୱାଗତ କରିବା ପାଇଁ କ୍ୟାବିନ କ୍ରୁଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ। ପାଇଲଟ ଜଣକ ତାଙ୍କ ବନ୍ଧୁଙ୍କୁ ବିଜନେସ୍‌ କ୍ଲାସ୍‌ର ଖାଦ୍ୟ ମଧ୍ୟ ଖୁଆଇଥିଲେ। ଏହି ଘଟଣାକୁ ନିଶ୍ଚିତ କରି ଏୟାର ଇଣ୍ଡିଆର ଜଣେ ଅଧିକାରୀ ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଥିବା କହିଛନ୍ତି। ସୂଚନା ମୁତାବକ, ଏୟାର ଇଣ୍ଡିଆ ବିମାନର କ୍ରୁଙ୍କୁ ଏ ବାବଦରେ ଡିଜିସିଏ ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା।

ଅଭିଯୋଗ ମୁତାବକ, ଏୟାର ଇଣ୍ଡିଆ ବିମାନ ନଂ. AI 915ରେ ବିଜନେସ୍‌ କ୍ଲାସ୍‌ରେ କିଛି ସିଟ୍ ଖାଲି ଥିଲା। ଏମିତିରେ ପାଇଲଟ ତାଙ୍କ ବନ୍ଧୁଙ୍କୁ ସେହି ସିଟ୍‌ରେ ବସିବାକୁ କହିଥିଲେ। କିନ୍ତୁ ଯେତେବେଳେ କ୍ରୁ ଜଣାଇଥିଲେ ଯେ କୌଣସି ସିଟ୍‌ ଖାଲି ନାହିଁ, ସେତେବେଳେ ପାଇଲଟ୍ ତାଙ୍କ ବନ୍ଧୁଙ୍କୁ କକ୍‌ପିଟ୍‌ ଭିତରକୁ ଡାକି ତାଙ୍କର ସ୍ୱତନ୍ତ୍ର ସ୍ୱାଗତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.