ଉପରମୁଁହା କରୋନା ମିଟର, ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୩୧ ନୂଆ ସଂକ୍ରମିତ
ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୯୫୬ କୋଭିଡ୍ ଟେଷ୍ଟ ହୋଇଛି । ତେବେ କୋଭିଡରେ ଆଉ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୧୯୭ ଆକ୍ରାନ୍ତ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୪୧୧କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୧ହଜାର ୬୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ଆଉ ୨୮ ଜୀବନ ନେଇଛି ପ୍ରାଣଘାତୀ କରୋନା । ଆକ୍ଟିଭ କେସ ୬୬ହଜାର ୧୭୦କୁ ବୃଦ୍ଧି ପାଇଛି । ଗତକାଲି ୧୨ହଜାର ୫୯୧ ପଜିଟିଭି ଚିହ୍ନଟ ହୋଇଥିଲେ । ୨୯ଜଣଙ୍କ ମୃତ୍ୟୁ ହୋଇଥିଲା।