Below header

ଘରେ ପାଳିଥିବା ଶୁଆର ଆକସ୍ମିକ ମୃତ୍ୟୁରେ ମ୍ରିୟମାଣ ପରିବାର, ଶୁଦ୍ଧିକ୍ରିୟା ସହିତ ଦେଲେ ବ୍ରାହ୍ମଣ ଭୋଜନ

ମଣିଷ ମଣିଷର ହେଉନଥିବାବେଳେ ଜୀବଜନ୍ତୁ କୁ ବା କିଏ ପଚାରେ । ହେଲେ ଗୋଟିଏ ଶୁଆର ମୃତ୍ୟୁରେ ଏକ ପରିବାର କେମିତି ଭାଙ୍ଗିପଡିିଛନ୍ତି, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସିଦ୍ଧମହାବୀର ମନ୍ଦିର ନିକଟ ସତ୍ୟନଗରରେ । ଖାଲି ସେତିକି ନୁହେଁ ପରିବାର ସଦସ୍ୟଙ୍କ ପରି ଶୁଆର ଅନ୍ତ୍ୟେଷ୍ଟି କ୍ରିୟା ବି ସମ୍ପନ୍ନ କରିବା ସହ ବନ୍ଧୁବାନ୍ଧବଙ୍କୁ ଡାକି ବ୍ରାହ୍ମଣ ଭୋଜନ ମଧ୍ୟ ଦିଆଯାଇଛି ।

ପୁରୀ(କେନ୍ୟୁଜ୍): ଆଜିର ସ୍ୱାର୍ଥବାଦୀ ଦୁନିଆରେ କିଏ ବା କାହାର । ମଣିଷ ମଣିଷର ହେଉନଥିବାବେଳେ ଜୀବଜନ୍ତୁ କୁ ବା କିଏ ପଚାରେ । ହେଲେ ଗୋଟିଏ ଶୁଆର ମୃତ୍ୟୁରେ ଏକ ପରିବାର କେମିତି ଭାଙ୍ଗିପଡିିଛନ୍ତି, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସିଦ୍ଧମହାବୀର ମନ୍ଦିର ନିକଟ ସତ୍ୟନଗରରେ । ଖାଲି ସେତିକି ନୁହେଁ ପରିବାର ସଦସ୍ୟଙ୍କ ପରି ଶୁଆର ଅନ୍ତ୍ୟେଷ୍ଟି କ୍ରିୟା ବି ସମ୍ପନ୍ନ କରିବା ସହ ବନ୍ଧୁବାନ୍ଧବଙ୍କୁ ଡାକି ବ୍ରାହ୍ମଣ ଭୋଜନ ମଧ୍ୟ ଦିଆଯାଇଛି ।

ପୁରୀ ସିଦ୍ଧମହାବୀର ସତ୍ୟନଗରରେ ରୁହନ୍ତି ନୃସିଂହ ଚରଣ ସ୍ୱାଇଁ । ପେଶାରେ ସେ ଜଣେ ବସ୍ ଡ୍ରାଇଭର । ସେ କଟକ-ପୁରୀ ବସ୍ ଚଳାଚଳ କରନ୍ତି । ୨୦୦୮ ମସିହା ଫେବୃୟାରୀ ୭ ତାରିଖ ସକାଳେ କଟକ ପାଲାମଣ୍ଡପସ୍ଥିତ ପୁରୀ ବସ୍‌ଷ୍ଟାଣ୍ଡ ପାଖ ଏକ ବରଗଛ ମୂଳରୁ ସଦ୍ୟଜାତ ଶୁଆଟିକୁ ପାଇଥିଲେ । ତା’ ପାଟିରେ ଅଙ୍ଗୁର ରସ ଏବଂ କଦଳୀ ଦେଇ ଘରକୁ ନେଇ ଆସିଥିଲେ । ସେବେଠାରୁ ପରିବାର ସଦସ୍ୟ ଭଳି ତାକୁ ପାଖରେ ରଖିଥିଲେ । ସମସ୍ତେ ତାକୁ ମିଟୁ ବୋଲି ଡାକିବାକୁ ଲାଗିଲେ । ସେ ବି ଧୀରେ ଧୀରେ କଥା କହିବା ଆରମ୍ଭ କଲା । ନୃସିଂହ ଚରଣଙ୍କୁ ମାମୁଁ, ତାଙ୍କ ପତ୍ନୀଙ୍କୁ ମାଇଁ ଏବଂ ତାଙ୍କ ପୁଅଝିଅଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ଡାକିଥାଏ ମିଟୁ। ଆଉ କେହି ଯଦି ନୃସିଂହଙ୍କୁ ମାମୁଁ ଡାକିଦିଏ ପକ୍ଷୀଟିଏ ହୋଇଥିଲେ ବି ମିଟୁ କଳି କରେ । ଶୀତ ହେଲେ କମ୍ବଳ ତଳେ ଏବଂ ଗରମ ହେଲେ ଫ୍ୟାନ୍ ତଳେ ସେ ଶୋଇଥାଏ । ଏଥିସହ ପ୍ରତିବର୍ଷ ଫେବୃୟାରୀ ୭ ତାରିଖରେ ତା’ର ଜନ୍ମଦିନ ପାଳନ କରିଥାନ୍ତି ।

parrot

ଏମିତି ଭଲପାଇବା ଭିତରେ ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୯ଟାରେ ମିଟୁର ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା । ଦୀର୍ଘ ୧୫ ବର୍ଷ କାଳ ପାଖରେ ରହିଥିବା ମିଟୁର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିଲେ । ସେହି ରାତିରେ ସମ୍ବଲପୁରରେ ରହୁଥିବା ନୃସିଂହଙ୍କ ବଡ଼ଝିଅ, କୋରାପୁଟରେ ରହୁଥିବା ସାନଝିଅ ଏବଂ ରାଉରକେଲାରେ ରହୁଥିବା ପୁଅକୁ ଖବର ଦିଆଗଲା । ସେମାନେ ରାତାରାତି ବାହାରି ୧୪ ତାରିଖ ପୂର୍ବାହ୍ନ ସୁଦ୍ଧା ସମସ୍ତେ ପୁରୀରେ ପହଞ୍ଚିଥିଲେ । ମିଟୁକୁ ସ୍ୱର୍ଗଦ୍ୱାର ନେବେ ବୋଲି ମନସ୍ଥ କରିଥିଲେ । ହେଲେ ସ୍ୱର୍ଗଦ୍ୱାରରେ ପକ୍ଷୀର ସଂସ୍କାର ବାରଣ ଥିବାରୁ ନିଜ ଘର ନିକଟରେ ଏକ ଗାତ ଖୋଳି ତାକୁ ଫୁଲହାର ପିନ୍ଧାଇ ସମାଧି ଦେଇଥିଲେ ।

pet parrot

ମଣିଷଟିଏ ମଲା ପରେ ଯେପରି ପାଳନ କରାଯାଏ ସେମିତି ପାଳିଥିଲେ । ଶନିବାର ଏକାଦଶାହ ଉପଲକ୍ଷେ ତାଙ୍କର ସମସ୍ତ ବନ୍ଧୁବାନ୍ଧବଙ୍କୁ ଡକାଯାଇଥିଲା । ସେମାନେ ପ୍ରସିଦ୍ଧ ଶୈବପୀଠ ଯୋଡାଲିଙ୍ଗକୁ ଯାଇ ସେଠାରେ ବ୍ରାହ୍ମଣଙ୍କୁ ଭୋଜନ ଏବଂ ଦାନ ଦକ୍ଷିଣା ଦେଇଥିଲେ । ବନ୍ଧୁବାନ୍ଧବ ସହ ପ୍ରାୟ ଶହେ ଲୋକଙ୍କୁ ମଧ୍ୟ ଖାଇବାକୁ ଦେଇ ଶୁଆର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ ବୋଲି କହିବା ସମୟରେ କାନ୍ଦି ପକାଇଥିଲେ ନୃସିଂହ ଚରଣ । .ତେବେ ଘରେ ପାଳିଥିବା ପକ୍ଷୀଟିଏ ପାଇଁ ଏହି ପରିବାରର ଏମିତି ସ୍ନେହ ଓ ଭଲପାଇବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.