Below header

ସୁଦାନ ବିମାନବନ୍ଦରରେ ପ୍ଲେନ୍‌ କ୍ରାସ୍‌, ୪ ଯବାନଙ୍କ ସମେତ ୯ ମୃତ

ସୁଦାନ ବିମାନବନ୍ଦରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସିଭିଲ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି।

ସୁଦାନ ବିମାନବନ୍ଦରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସିଭିଲ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋର୍ଟ ସୁଦାନ ବିମାନବନ୍ଦରରୁ ଏକ ସିଭିଲ୍ ବିମାନ ଉଡ଼ାଣ ଭରୁଥିଲା। ଏହି ସମୟରେ ହଠାତ୍ ବୈଷୟିକ ତ୍ରୁଟି ହେତୁ ଟେକ୍‌ଅଫ୍‌ ବେଳେ ବିମାନଟି କ୍ରାସ୍‌ ହୋଇଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ସେନାର ୪ ଯବାନ ଅଛନ୍ତି। ସେପଟେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କୁନି ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତା’ର ଚିକିତ୍ସା ଚାଲିଛି।

ସୂଚନାଥାଉ କି, ସୁଦାନ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ନିଆଁରେ ଜଳୁଛି। ଏପ୍ରିଲ୍ ୧୫ରୁ ଏଠାରେ ସଶସ୍ତ୍ର ବାହିନୀ ଏବଂ ଅର୍ଦ୍ଧସୈନିକ ରାପିଡ୍ ସପୋର୍ଟ ଫୋର୍ସ (RSF) ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ କୂଟନୈତିକ ମିଶନ, ପ୍ରବାସୀ ଏବଂ ଦେଶ ଛାଡ଼ି ଯାଉଥିବା ଲୋକଙ୍କ ପାଇଁ ସୁଦାନ ବିମାନବନ୍ଦର ବ୍ୟବହାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.