ସାଇବର କ୍ରାଇମର ଶିକାର ହେଲେ ଏହି ସେଲିବ୍ରିଟି, ଆକାଉଣ୍ଟରୁ ଲୁଟ ହେଲା ୩୦ ହଜାର ଟଙ୍କା

ଅନଲାଇନରୁ ଖାଦ୍ୟ ଅର୍ଡର କରି ସାଇବର କ୍ରାଇମର ଶିକାର ହେଲେ ଟିଭି ଦୁନିଆର ଅଭିନେତ୍ରୀ ଆକାଂକ୍ଷା ଯୁନେଜା । ୩୦ ହଜାର ଟଙ୍କାର ଲାଗିଲା ଚୁନା। ଅନଲାଇନରୁ ଖାଦ୍ୟ ଅର୍ଡର କରିବା ଜରିଆରେ ଲୁଟେରା ଲୁଟି ନେଲେ ଆକାଂକ୍ଷାଙ୍କ ଆକାଉଣ୍ଟରୁ ଟଙ୍କା ।

ବର୍ତ୍ତମାନ ସମୟରେ ସାଇବର କ୍ରାଇମ ବହୁତ ବଢି ଚାଲିଛି । ଏହାର ଶିକାର ସାଧାରଣ ଲୋକଙ୍କ ସହ ସେଲିବ୍ରିଟି ମଧ୍ୟ ହେଉଛନ୍ତି । ଠିକ ସମାନ ଭାବେ ଏଭଳି ଏକ କ୍ରାଇମର ଶିକାର ହୋଇଛନ୍ତି ଟିଭି ଜଗତର ଜଣେ ଅଭିନେତ୍ରୀ ଆକାଂକ୍ଷା ଯୁନେଜା । ଆକାଂକ୍ଷା ଅନଲାଇନରୁ ଖାଦ୍ୟ ଅର୍ଡର କରିଥିବା ସମୟରେ ଏଭଳି ଏକ ସାଇବର କ୍ରାଇମର ଶିକାର ହୋଇଛନ୍ତି । ଏହିପରି ଭାବରେ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ଆକାଂକ୍ଷା ଅନଲାଇନରୁ ଖାଦ୍ୟ ଅର୍ଡର କରିବା ପରେ ତାଙ୍କ ଫୋନକୁ ଏକ କମ୍ପାନିରୁ ଲିଙ୍କ୍‌ ଆସିଥିଲା । ଆସିଥିବା ଲିଙ୍କ୍‌ରେ କ୍ଲିକ୍‌ କରିବା ପାଇଁ ଉକ୍ତ କମ୍ପାନୀର ଜଣେ ବ୍ୟକ୍ତି କଲ କରି ଆକାଂକ୍ଷାଙ୍କୁ କହିଥିଲେ । କିନ୍ତୁ ଆକାଂକ୍ଷା ଏହି ଲିଙ୍କରେ କାହିଁକି କ୍ଲିକ କରିବେ ବୋଲି ପ୍ରଶ୍ନ କରିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରରେ କହିଥିଲେ ଯେ, ଖାଦ୍ୟ ଅର୍ଡର କରିବାର ଏହା ଏକ ନୂଆ ଟେକ୍‌ନିକ୍‌ । ଯାହା ଦ୍ୱାରା ଆକାଂକ୍ଷା ଲିଙ୍କ୍‌ରେ କ୍ଲିକ୍‌ କରିଥିଲେ ।

ଆକାଂକ୍ଷା ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ପ୍ରତି ୫ ମିନିଟରେ ୧୦ ହଜାର ଟଙ୍କା କଟିବାକୁ ଲାଗିଥିଲା । ଏହା ପରେ ସେ ଜାଣିବାକୁ ପାଇଲେ ଯେ, ସେ ସାଇବର କ୍ରାଇମର ଶିକାର ହୋଇଛନ୍ତି । ଏହା ପରେ ଆକାଂକ୍ଷା ବ୍ୟାଙ୍କକୁ କଲ କରି ତାଙ୍କ ଆକାଉଣ୍ଟ ବ୍ଲକ କରିଥିଲେ । ଆକାଉଣ୍ଟ ବ୍ଲକ କରିବା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା କଟି ଯାଇଥିଲା । ଏହି ପରି ଭାବେ ସାଇବର କ୍ରାଇମର ଶିକାର ହୋଇଥିଲେ ଆକାଂକ୍ଷା ଯୁନେଜା ।

ତେବେ ଆକାଂକ୍ଷା ଟିଭି ଦୁନିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ‘ସାଥ ନିଭାନା ସାଥିଆ’, ‘ବଡେ ଅଛେ ଲଗତେ ହେଁ’ଓ ‘ହାମାରି ବେଟି ରାଜ କରେଗି’ ପରି ଅନେକ ଟିଭି ସୋ’ରେ ନଜର ଆସିଥିଲେ । ଆକାଂକ୍ଷା ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ତାଙ୍କ ଅଭିନୟ ଯୋଗୁ ତାଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.