ଚୀନ୍ରେ ବଡ଼ ଦୁର୍ଘଟଣା: କସରତ କରୁଥିବାବେଳେ ଭୁଶୁଡ଼ିଲା ବିଦ୍ୟାଳୟ ଜିମ୍ର ଛାତ, ୧୧ ଭଲିବଲ୍ ଖେଳାଳିଙ୍କ ମୃତ୍ୟୁ
ଚୀନର ଉତ୍ତର-ପୂର୍ବ ରାଜ୍ୟରେ ଏକ ଜିମ୍ନାସିୟମ୍ ବିଦ୍ୟାଳୟର ଛାତ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛୋଟ ପିଲା। ଏମାନେ ସମସ୍ତେ ବିଦ୍ୟାଳୟ ଭଲିବଲ୍ ଦଳର ସଦସ୍ୟ ଥିଲେ।

ଚୀନର ଉତ୍ତର-ପୂର୍ବ ରାଜ୍ୟରେ ଏକ ଜିମ୍ନାସିୟମ୍ ବିଦ୍ୟାଳୟର ଛାତ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛୋଟ ପିଲା। ଏମାନେ ସମସ୍ତେ ବିଦ୍ୟାଳୟ ଭଲିବଲ୍ ଦଳର ସଦସ୍ୟ ଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ସମୟରେ ଜିମ୍ରେ ପିଲାଙ୍କ ସମେତ ୧୯ ଜଣ ଥିଲେ। ୮ ଜଣଙ୍କ ଜୀବନ ରକ୍ଷା ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ଆହତ ଖେଳାଳିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ବିଦ୍ୟାଳୟର ଛାତ ଉପରେ ଜଳ ଅବଶୋଷଣ ପାଇଁ ବେଆଇନ ଭାବେ ପର୍ଲାଇଟ୍ ଜମା କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ସମୟ ରବିବାର ଅପରାହ୍ନ ୩ଟା ବେଳେ ଘଟିଛି। ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଦଳର କୋଚ୍ ପିଲାମାନଙ୍କ ନାଁ ଡାକୁଛନ୍ତି। କେଉଁ ପିଲାମାନେ ଭିତରେ ଫସି ରହିଛନ୍ତି, ସେ ଉଦ୍ଧାରକାରୀ ଦଳକୁ କହୁଛନ୍ତି। ଏହି ଘଟଣା ଚୀନର ଉତ୍ତର-ପୂର୍ବ କ୍ୟୁକିହାର ସହରର ବୋଲି ଜଣାପଡ଼ିଛି। ଏଠାରେ ରବିବାର ପିଲାମାନେ ଜିମରେ ଫିଜିକାଲ୍ ଟ୍ରେନିଂ ନେବାକୁ ଆସିଥିଲେ।