IND vs IRE: ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ଯାଦବ

ଟି -୨୦ ଇଣ୍ଟରନ୍ୟାସନାଲରେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଦାୟିତ୍ୱ ନେବେ । ଆଗାମୀ ଓ୍ଵାନଡେ ଓ୍ଵାର୍ଲ୍ଡ କପ ଏବଂ ଏସିଆ କପକୁ ନଜରରେ ରଖି ଆର୍ୟଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯିବ ।

ଟିମ ଇଣ୍ଡିଆ ଆସନ୍ତା ମାସରେ ତିନୋଟି ଟି -୨୦ ସିରିଜ ଖେଳିବା ପାଇଁ ଆର୍ୟଲ୍ୟାଣ୍ଡ ଯିବ । ଏହି ସିରିଜରେ ଅନେକ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ରହିଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟ୍ସରେ ଦାବି କରାଯାଇଛି ଯେ ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର କ୍ୟାପଟେନ ହେବେ ।

ଟି -୨୦ ଇଣ୍ଟରନ୍ୟାସନାଲରେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଦାୟିତ୍ୱ ନେବେ । ତେବେ ଜାଣି ରଖନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଟି -୨୦ ସିରିଜ ଟିମର କ୍ୟାପଟେନ ରହିବା ଦିନ ଠାରୁ ହିଁ ସୂର୍ଯ୍ୟକୁମାର ଟିମର ଭାଇସ-କ୍ୟାପଟେନ ରହିଛନ୍ତି । ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟଙ୍କୁ କ୍ୟାପଟେନ କରାଯିବ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ଅନେକ ରିପୋର୍ଟ୍ସରେ ଦାବି କରାଯଇଥିଲା ଯେ, ଜସପ୍ରୀତ ବୁମରା ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ କ୍ୟାପଟେନ ହେବେ ।

ସୂଚନା ଅନୁସାରେ ୧୮ ଅଗଷ୍ଟରୁ ଟିମ ଇଣ୍ଡିଆ ଆର୍ୟଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି -୨୦ ସିରିଜ ଖେଳିବ । ରିପୋର୍ଟ ଅନୁସାରେ ଆଗାମୀ ଓ୍ଵାନଡେ ଓ୍ଵାର୍ଲ୍ଡ କପ ଏବଂ ଏସିଆ କପକୁ ନଜରରେ ରଖି ଆର୍ୟଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯିବ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଭାରତୀୟ ଟିମ ୧୮ ଅଗଷ୍ଟରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ତିନୋଟି ଟି -୨୦ ସିରିଜ ପାଇଁ ଆର୍ୟଲ୍ୟାଣ୍ଡ ଯିବେ । ଏହା ପରେ ୩୦ ଅଗଷ୍ଟରୁ ଏସିଆ କପ ୨୦୨୩ ଖେଳାଯିବ । ଏହି ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.