Below header

ଅସୁସ୍ଥ ବନ୍ଧୁକୁ ଟ୍ରଲିରେ ବୋହି ହସ୍ପିଟାଲରେ ଭର୍ତ୍ତି କଲେ ବନ୍ଧୁ, ଲୋକେ କହିଲେ ଏବେ ବି ବଞ୍ଚିଛି ମାନବିକତା

ଏମିତି ବି କିଛି ସମ୍ପର୍କ ଥାଏ ଯାହାର ନାମ ଦେଇ ହୋନଇଥାଏ। ତାକୁ ଗୋଟିଏ ହିଁ ନା ଦିଆଯାଏ ପାରେ ସେ ହେଉଛି ବନ୍ଧୁ। କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଆଉ ଏହା ବାସ୍ତବ ଜୀବନରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସେମିତି ଜଣେ ବନ୍ଧୁ।

ପୁରୀ (କେନ୍ୟୁଜ୍): ଏମିତି ବି କିଛି ସମ୍ପର୍କ ଥାଏ ଯାହାର ନାମ ଦେଇ ହୋନଇଥାଏ। ତାକୁ ଗୋଟିଏ ହିଁ ନା ଦିଆଯାଏ ପାରେ ସେ ହେଉଛି ବନ୍ଧୁ। କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଆଉ ଏହା ବାସ୍ତବ ଜୀବନରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସେମିତି ଜଣେ ବନ୍ଧୁ।

ଏକ ଭିଡିଓରେ ଯାହା ଦେଖିବାକୁ ମିଳିଥିଲା, ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଟ୍ରଲିରେ ଟାଣି ଟାଣି ନେଉଥିଲେ ଆଉ ଜଣେ ବୟସ୍କ ବ୍ଯକ୍ତି। ଟ୍ରଲିରେ ଟାଣି ଟାଣି ଗୁଡାଏ ବାଟ ଆଣିବା ପରେ ଶେଷରେ ଡାକ୍ତରଖାନା ପହଞ୍ଚାଇଥିଲେ। ବୟସ୍କ ବ୍ଯକ୍ତି ଝାଳ ନାଳରେ ଭଲକି ନିଶ୍ବାସ ବି ନେଇ ପାରୁନଥିଲେ। ସେଥିରେ ସେ ଡାକ୍ତରଖାନାରେ ପହଁଚିବା କ୍ଷଣି ନିଜେ ଯାଇ ଷ୍ଟ୍ରେଚରକୁ ଟାଣି ଆଣୁଥିଲେ ଏବଂ ଅସୁସ୍ଥ ଥିବା ବୃଦ୍ଧଙ୍କୁ ଟ୍ରଲି ଉପରୁ ଆଣି ଷ୍ଟ୍ରେଚର ଉପରେ ଶୁଆଇଥିଲେ। ଏହି ସମୟରେ ପାଖରେ ଥିବା ଦୁଇ ଯୁବକ ଆସି ତାଙ୍କୁ ସାହାର୍ଯ୍ଯ କରିଥିଲେ।

ତେବେ ଯାହା ଶୁଣିବାକୁ ମିଳିଲା ସେମାନେ ବନ୍ଧୁ ଥିଲେ। ଆଉ ଉଭୟ ପଶ୍ଚିମବଙ୍ଗର। ଟ୍ରଲିରେ ଅଚେତ ହୋଇ ପଡିଥିବା ବୃଦ୍ଧ ହେଉଛନ୍ତି ଦେବେନ୍ଦ୍ରନାଥ ପରିମାଣିକ। ଆଉ ତାଙ୍କୁ ଟ୍ରଲିରେ ବୋହି ହସ୍ପିଟାଲ ଆଣିଥିଲେ ତାଙ୍କ ବନ୍ଧୁ ବେଦାନ୍ତ ଚୈତନ୍ଯ ଦାସ। ପଶ୍ଚିମବଙ୍ଗ ହାୱଡାର ରହୁଥିବା ଦେବେନ୍ଦ୍ରନାଥ ପତ୍ନୀଙ୍କ ଦେହାନ୍ତ ପରେ ଏକାକୀ ହୋଇପଡ଼ିଥିଲେ। କରୋନା ସମୟରେ ଦେବେନ୍ଦ୍ରଙ୍କୁ ଘରୁ ତଡ଼ି ଦେଇଥିଲେ ପୁଅବୋହୂ।

ସେହିପରି ପୁରୀ ବାଲିସାହିସ୍ଥିତ ଏକ ମଠରେ ଭଡ଼ାରେ ରହି ଟ୍ରଲିରେ ଜଳଖିଆ ବିକ୍ରୀ କରନ୍ତି। ବେଳାଭୂମିରେ ହିଁ ଉଭୟଙ୍କ ବନ୍ଧୁତା ହୋଇଥିଲା। ବିଳମ୍ବିତ ରାତିରେ ହଠାତ୍ ବୟସାଧିକ କାରଣରୁ ଦେବେନ୍ଦ୍ର ଅସୁସ୍ଥ ହେବା ସହ କଥା କହିବା ବନ୍ଦ କରିଥିଲେ। ତତକ୍ଷଣାତ୍ ବନ୍ଧୁ ଚୈତନ୍ଯ ନିଜ ଟ୍ରଲିରେ ତାଙ୍କୁ ଧରି ଦଉଡି ଦଉଡ଼ି ହସ୍ପିଟାଲରେ ପହଞ୍ଚି ଚିକିତ୍ସା କରାଇବା ସହ ତାଙ୍କୁ ଜଗି ରହିଛନ୍ତି।

ତେବେ ଏ ଦୃଶ୍ଯ ରାତିରେ ଯିଏ ଦେଖିଥିଲେ ସେ କିଛି ସମୟ ପାଇଁ ଅଟକି ଯାଇଥିଲେ।ଆଜିର ସ୍ୱାର୍ଥବାଦୀ ଦୁନିଆରେ ଏଭଳି ବନ୍ଧୁତା ଯେ ଜୀବିତ ଅଛି ତାହା ପ୍ରମାଣିତ କରି ଦେଖାଇଛନ୍ତି ଚୈତନ୍ଯ। ସତରେ କିଛି ସମ୍ପର୍କ ଥାଉ କି ନଥାଉ, ଯିଏ ବିପଦ ସମୟରେ ସାଥ୍ ଦେଇଥାଏ, ଯିଏ ଅସମୟରେ କାନ୍ଧରେ ହାତ ଦେଇ ସାହାସ ଦେଇଥାଏ ସେ ହେଉଛି ପ୍ରକୃତ ବନ୍ଧୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.