ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଗଲା ଦନ୍ତା ଜୀବନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ତାରରେ ଛନ୍ଦିହୋଇ ଦନ୍ତାର ଜୀବନ ଯାଇଛି ।

ବିନିକା (କେନ୍ୟୁଜ): ବାର୍‌ହା ଫାଶରେ ପଡ଼ି ଗଲା ଦନ୍ତା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ତାରରେ ଛନ୍ଦିହୋଇ ଦନ୍ତାର ଜୀବନ ଯାଇଛି ।

ଗତକାଲି କେହି ଦୁବୃର୍ତ୍ତ ବାର୍‌ହା ଶିକାର ଉଦ୍ଦେଶ୍ୟରେ ମହଦା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲା । ରାତିରେ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସି ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫଶି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ପଡି ହାତୀର ମୃତ୍ୟୁ ହୋଇଥିଲା । ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ ହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.