Below header

ଏ କି ଦୋଷ! ଲମ୍ବା କେଶ ପାଇଁ ଜେଲ ଗଲେ ଯୁବକ, ଖବର ହେଲା ଭାଇରାଲ

ପାକିସ୍ତାନର ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ଜାଣିଲେ ଆପଣ ମଧ୍ୟ ବାୟା ହୋଇଯିବେ । ଏହି ବ୍ୟକ୍ତି ଜଣକ ନିଜ କେଶ ପାଇଁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏଭଳି ବିଚିତ୍ର କଥା ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ।

ପାକିସ୍ତାନର ଏହି ବ୍ୟକ୍ତି ଜଣକ ନାମ ଅବୁଜାର ମଧୁ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମ ଗ୍ରହଣ କରିଥିବା ଏହି ୨୮ ବର୍ଷିୟ ଯୁବକ ପେଷାରେ ଜଣେ ଥିଏଟର ଆର୍ଟିଷ୍ଟ । ସେ ପିଲାଙ୍କୁ ମଧ୍ୟ ପଢ଼ାନ୍ତି । କିନ୍ତୁ ତାଙ୍କର ଲମ୍ବା କେଶ ପାଇଁ ସେ ଏବେ ଜେଲ ଯାଇଛନ୍ତି । ଗତ ୫ ଜୁନରେ ଦ୍ୱିପହର ସମୟରେ ଏହି ଘଟଣା ଘଟିଥିଲା । ପ୍ରକୃତରେ ତାଙ୍କ ଲମ୍ବା କେଶ ପାଇଁ ତାଙ୍କୁ ବାଟରେ ରୋକି ଦିଅଯାଏ । ଅନେକ ଲୋକ ଏଥିପାଇଁ ସମସ୍ୟା ଘେରରେ ପଡି ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏଭଳି ଅଜବ ଘଟଣା ଘଟିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Abuzar Madhu (@abuzarmadhu)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.