Coca-Cola କମ୍ପାନୀକୁ ନେଇ ଟ୍ରୋଲ ହେଲେ କ୍ରିଷ୍ଟିଆନୋ ରୋନାଲଡୋ, ଭାଇରାଲ ହେଲା ପୋଷ୍ଟ

ପର୍ତ୍ତୁଗାଲ ଫୁଟବଲ ପ୍ଲେୟାର କ୍ରିଷ୍ଟିଆନୋ ରୋନାଲଡୋ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି । ୟୁରୋ କପରେ ହେଉଥିବା ଏକ ପ୍ରେସ କନଫେରେନ୍ସରେ ପହଞ୍ଚିଥିବା କ୍ରିଷ୍ଟିଆନୋ କିଛି ଏମିତି କଲେ ଯାହା ଭିଡିଓରେ କଏଦ ହୋଇଯାଇଥିଲା । ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କ୍ରିଷ୍ଟିଆନୋ ଚେୟାରରେ ବସିଥିବା ସମୟରେ Coca-Cola ବୋତଲକୁ ସାମ୍ନାରୁ ହଟାଇ ଦେଇଥିଲେ । ପାଣି ବୋତଲ ଦେଖାଇ କହିଥିଲେ ଯେ, ପାଣି ପିଅ ।

ଏହାପରେ ଭିଡିଓ ଭାଇରାଲ ହେଲା । ତା ସାଙ୍ଗକୁ Coca-Cola କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡିଛି । ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ପ୍ରକୃତରେ ଘଟଣା ଥିଲା ଯେ, ଫେମସ ଫୁଟବଲ ପ୍ଲେୟାର କ୍ରିଷ୍ଟିଆନୋ ରୋନାଲଡୋ ଯେତେବେଳେ ନିଜେ Coca-Cola ବୋତଲକୁ ସାଇଡ କରିଥିଲେ, ଏହାକୁ ନେଇ ଲୋକମାନଙ୍କର ଅନେକ କିଛି ପ୍ରତିକ୍ର୍ରିୟା ରହିଥିଲା । ଏହି ଭିଡିଓ ଏବେ Coca-Cola କମ୍ପାନୀ ଉପରେ ଭାରୀ ପଡିଛି । ଦାଉ ସାଜିଲା ଭଳି କମ୍ପାନୀର ୪ ଅରବ ଡଲାର କ୍ଷତି ଘଟିଛି । ଏବେ ରୋନାଲଡୋ ଏହି କମ୍ପାନୀ ପାଇଁ ୧୫ବର୍ଷ ପୂର୍ବରୁ କରିଥିବା ଆଡ ସୁଟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କାରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.