ହାତ ରେଖାରୁ ଚିହ୍ନନ୍ତୁ ରୋଗ: ଜାଣନ୍ତୁ କେଉଁ ଚିହ୍ନ ଥିଲେ ହୁଏ କି ରୋଗ

ହସ୍ତରେଖା ଶାସ୍ତ୍ରରୁ କ୍ୟାରିୟର, ଉନ୍ନତି, ଆର୍ଥିକ ସ୍ଥିତି, ବିବାହ ବ୍ୟତୀତ ଭବିଷ୍ୟତରେ ହେବାକୁ ଥିବା ରୋଗ ବିଷୟରେ ବି ଜଣାପଡ଼େ। ବ୍ୟକ୍ତି କେବେ ରୋଗରେ ପଡ଼ିବେ, କେଉଁ ଗମ୍ଭୀର ରୋଗର ଶିକାର ହେବେ ତାହା ବି ହାତର ରେଖାରୁ ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ହାତ ରେଖାର ସ୍ଥିତି ଓ ସେଥିରେ ହେଉଥିବା ପରିବର୍ତ୍ତନ ଜରିଆରେ ସ୍ୱାସ୍ଥ୍ୟ ବିଷୟରେ କେମିତି ଜାଣିପାରିବେ ସେ ବିଷୟରେ…

  • ଯେଉଁମାନଙ୍କ ହାତର ହୃଦୟ ରେଖା ଉପରେ ଗୋଲ ଦ୍ୱୀପ ଥାଏ କିମ୍ବା ଶନି ପର୍ବତ ତଳେ ମସ୍ତିଷ୍କ ରେଖା ହଳଦିଆ ପଡ଼ିଥାଏ, ତେବେ ତାଙ୍କଠାରେ ହଠାତ୍‌ ବେହୋସ୍‌ ହୋଇଯିବା ଭଳି ରୋଗ ଦେଖାଯାଏ।
  • ଯେଉଁମାନଙ୍କର ମଙ୍ଗଳ କ୍ଷେତ୍ରରେ କଳା ଚିହ୍ନ ହୋଇଥାଏ, ହୃଦୟ ରେଖାରେ କଳା ଜାଇ କିମ୍ବା ଦ୍ୱୀପ ଚିହ୍ନ ଥାଏ, ସେମାନଙ୍କ ଠାରେ ହାର୍ଟ ଆଟାକ୍‌ର ଆଶଙ୍କା ଅଧିକ ରହିଥାଏ।
  • ଯେଉଁ ମାନଙ୍କ ହାତର ଚନ୍ଦ୍ର ପର୍ବତ ଉପରେ ନକ୍ଷତ୍ର ଚିହ୍ନ ରହିଥାଏ, ସେମାନେ ସାରା ଜୀବନ ପେଟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରିଥାଏ।
  • ଯେଉଁମାନଙ୍କର ହାତ ଓ ନଖ ହଳଦିଆ ପଡ଼ିଯାଏ, ସେମାନେ ଅନ୍ତ ସହ ଜଡ଼ିତ ସମସ୍ୟାର ସାମ୍ନା କରିଥାନ୍ତି।
  • ଯଦି ଶନି ପର୍ବତ ତଳେ ଦ୍ୱୀପ ରହିଥାଏ, ତେବେ ବ୍ୟକ୍ତିଙ୍କର ମେରୁଦଣ୍ଡ ହାଡ଼ ରୋଗ ଦେଖା ଦେଇପାରେ।
  • ଯେଉଁମାନଙ୍କ ହାତର ମସ୍ତିଷ୍କ ରେଖାରେ ଶନି କ୍ଷେତ୍ର ତଳେ ଜଞ୍ଜିର ଭଳି ଚିହ୍ନ ଥାଏ, ସେମାନେ ଫୁସ୍‌ଫୁସ୍‌ କିମ୍ବା ଗଳା ରୋଗର ସମ୍ମୁଖୀନ ହୋଇଥାନ୍ତି।
You might also like