Below header

ମିତାଲୀ ରାଜଙ୍କ ଫିଲ୍ମ ‘ସାବାସ୍‌ ମିଠୁ’ର ଟିଜର ରିଲିଜ, ଅବିକଳ ମତାଲୀଙ୍କ ଭଳି ନଜର ତାପସୀ

ତାପସୀ ପାନ୍ନୁଙ୍କ ଅଭିନୀତ ଫିଲ୍ମ ‘ସାବାସ୍‌ ମିଠୁ’ ଟିଜର ଭିଡିଓ ରିଲିଜ ହୋଇଛି। ଏଥିରେ ତାପସୀ ବିଲକୁଲ୍‌ ମିତାଲୀ ରାଜଙ୍କ ଅନ୍ଦାଜକୁ ବିଲକୁଲ କପି କରିଛନ୍ତି। ମିତାଲୀ ରାଜଙ୍କ ବାୟୋପିକ ଫିଲ୍ମରେ ତାପସୀ ଲିଡ ରୋଲରେ ନଜର ଆସିବେ। ଆଉ ତାପସୀଙ୍କ ଫ୍ୟାନ୍ସ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଟିଜରରେ କ୍ରିକେଟ ଗ୍ରାଉଣ୍ଡରେ ବସିଥିବା ଦର୍ଶକ, ତିରଙ୍ଗା ଏବଂ ଗ୍ରାଉଣ୍ଡରେ ବ୍ଲୁ ଜର୍ସିରେ ମିତାଲୀ ଷ୍ଟାଡିୟମ ଏଣ୍ଟ୍ରି କରୁଥିବାର ସିନ୍‌ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Taapsee Pannu (@taapsee)

ତାପସୀ ଏହି ଟିଜର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତାପସୀଙ୍କ ଭିଡିଓ ଦେଖି ଅନେକ ସେଲିବ୍ରିଟି ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। ଟିଜରରେ ମିତାଲି ରାଜଙ୍କ ରେକଡର୍ସ ଏବଂ କୃତିତ୍ତ୍ୱ ବିଷୟରେ କୁହାଯାଛି। ଏହା ପୂର୍ବରୁ ମହିଳା ଦିବସ ଉପଲକ୍ଷେ ଏହି ଫିଲ୍ମର ନୂଆ ପୋଷ୍ଟର ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.