Below header

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଅବସର ପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲ୍ଲାସା । ଏକ ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି । ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ଏମାନଙ୍କ ଭିତରେ ଅଛନ୍ତି ପୂର୍ବତନ OIS ଅଧିକାରୀ ନିରଞ୍ଜନ ସେଠୀ । ଆଉ ଜଣେ ଅଭିଯୁକ୍ତ ହେଲା ରଞ୍ଜନ ନାୟକ । ହତ୍ୟା ଘଟଣାରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ରହିଛି । ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଏବେ ବି ଫେରାର ଅଛନ୍ତି । ପ୍ରଶ୍ନ ଉଠୁଛି, ମାନସଙ୍କ ଅପହରଣ, ହତ୍ୟା ଓ ଷଡ଼ଯନ୍ତ୍ରରେ ନିରଞ୍ଜନ ସେଠୀଙ୍କର କେମିତି ରହିଛି ଭୂମିକା ? ଶର୍ମାଷ୍ଠାଙ୍କ ସହ ତାଙ୍କର କିଭଳି ଲିଙ୍କ୍‌ ଥିଲା ? ହତ୍ୟାକାଣ୍ଡରେ ନିରଞ୍ଜନଙ୍କର ସଂପୃକ୍ତି କିଭଳି ? କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଏଯାଏ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

ସେହିପରି ମାଷ୍ଟରମାଇଣ୍ଡ ତଥା ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା, ତାଙ୍କର ସହଯୋଗୀ ଝୁନା ଭୋଇ ଓ ରଞ୍ଜନ ନାୟକ ଓରଫ ରାଜ ଫେରାର ଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଗତ ଫେବ୍ରୁଆରୀ ୭ ତାରିଖରେ ଚାନ୍ଦବାଲିରୁ ମାନସ ସ୍ୱାଇଁଙ୍କୁ ଅପହରଣ କରି ନିଆଯାଇଥିଲା । ପରେ ଗତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରୁ ମାଟି ଖୋଳି ତାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.