Below header

ସ୍ବର୍ଗ କେଉଁଠି ଜଣା ନାହିଁ ହେଲେ ଏଠାରେ ଅଛି ନର୍କର ଦ୍ୱାର

ଜୀବନ ବଂଚିବାର ମଜା ସେତେବେଳେ ଆସିଥାଏ ଯେତେବେଳେ ସେହି ସ୍ଥାନର ବାତାବରଣ ଶନ୍ତୁଳିତ ଏବଂ ମାନବ ସମ୍ମାନିତ ହୋଇଥାଏ । ଦରକାର ଠାରୁ ଥଣ୍ଡା ଏବଂ ଦରକାର ଠାରୁ ଗରମ ଜୀବନକୁ ଅସ୍ତବ୍ୟସ୍ତ କରିଥାଏ । ଖାସ୍ କରି ଏହି ସବୁ ସ୍ଥାନରେ ଜୀବନଯାପନ କରିବା କଷ୍ଟ ହୋଇଥାଏ ଯେଉଁ ଠାରେ ପ୍ରାକୃତିକ ବିପଦକୁ ସର୍ବଦା ସମ୍ମନା କରିବାକୁ ପଡିଥାଏ । ବଂଚିବା ପାଇଁ ଥଣ୍ଡା, ଗରମ, ପବନ ଓ ପାଣି ସବୁର ଆବଶ୍ୟକତା ରହିଥାଏ । ଯଦି ଏଥି ମଧ୍ୟରୁ କିଛିବି ଅଧିକ ହୋଇଯାଏ ତେବେ ଜୀବନ ବିତାଇବାରେ ବହୁତ ସମସ୍ୟା ଆସିଥାଏ । ଏବେ ଏହି ସ୍ଥାନକୁ ନର୍କ କହିବାନିତ’ ଆଉ କ’ଣ କହିବା ?

ଆଜି ଆମେ ଆପଣଙ୍କୁ ଏହି ପରି ଏକ ସ୍ଥାନ ବିଷୟରେ ଜଣାଇବୁ ଯାହାକୁ ଦୁନିଆର ନର୍କ ବୋଲି କୁହାଯାଇଥାଏ ଏବଂ ସ୍ଥାନର ନାଁ ହେଉଛି ଦାନାକିଲ୍ ଡିପ୍ରେସନ୍ । ଏହା ସେହି ସ୍ଥାନ ଯାହାର କୋଳରେ ଧରିତ୍ରୀର ୩ଟି କଣ୍ଟିନେଂଟଲ ପ୍ଲେଟ୍ ପରସ୍ପର ସହିତ ଧକ୍କା ହୋଇଥାନ୍ତି ।

pic2

ପୂର୍ବ ଆଫ୍ରକାରେ ଏହିପରି ଏକ ସ୍ଥାନ ଅଛି ଯେଉଁ ଠାରେ ନିଆଁ ବର୍ଷା ହୋଇଥାଏ । ଏହି ସ୍ଥାନର ନାଁ ଦାନାକିଲ୍ ଡିପ୍ରେସନ୍ । ଏଠାରେ ଧରିତ୍ରୀରୁ ଲାଭା ଏବଂ ଏସିଡ୍ ବାହାରିଥାଏ । ଏହି ସ୍ଥାନରେ ବର୍ଷ ବର୍ଷ ଧରି ୪୫ ଡିଗ୍ରୀ ସେଲସିଅସ୍ ରହିଥାଏ । ଏହି ଇଲାକାର ଲୋକମାନେ ଏହି ନର୍କକୁ ନର୍କର କବାଟ କହିଥାନ୍ତି । ଏଠାରେ ଏମିତି ଆଗ୍ନେୟଗିରି ରହିଛି ଯାହା ସର୍ବଦା ସକ୍ରିୟ ହୋଇରହିଥାଏ । ଯେଉଁ ଠାରୁ ପ୍ରତ୍ୟେକ ସମୟରେ ବାମ୍ଫ ବାହାରିଥାଏ । ଏହି ଆଗ୍ନେୟଗିରିର ମୁହଁକୁ ଡାଲେଲ୍ କୁହାଯାଏ । ସମୁଦ୍ରରର ପାଣି ସହିତ ଯେତେବେଳେ ଆଗ୍ନେୟଗିରି ଦେଇ ଏକାଠି ହୋଇଥାନ୍ତି ଏବଂ ଲାଭ ସହିତ ମିଶିଥାନ୍ତି ସେତେବେଳେ ଅନେକ ପ୍ରକାରର ଚମକିଲା ରଙ୍ଗ ତିଆରି କରିଥାଏ ।

୨୦୧୩ ମସିହା ପୂର୍ବରୁ ଦାନାକିଲକୁ ଦୁନିଆର ବହୁତ କମ୍ ଲୋକ ଜାଣିଥିଲେ କିନ୍ତୁ ମସିହା ୨୦୧୩ରେ ୟୁରୋପ୍ଲାନଟ୍ ର ଟିମ୍ ଏହି ଇଲାକାର ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ । ରିସର୍ଚ୍ଚଙ୍କ ଅନୁଯାଇ ଏହି ଇଲାକା ପର୍ୟ୍ୟନ୍ତ ପଂଚିବା ସହଜ ନୁହେଁ । ମସିହା ୨୦୧୨ରେ ୟୁରୋପର କିଛି ରିସର୍ଚ୍ଚ ଆସିଥିଲେ କିନ୍ତୁ ସେମାନଙ୍କୁ ଅପହରଣ କରାଯାଇଥିଲା । ଏହି ଇଲାକା ପର୍ୟ୍ୟନ୍ତ ପଂହଚିବା ପାଇଁ ମିଲେଟ୍ରି ମାନଙ୍କର ସାହାଯ୍ୟ ନେବାକୁ ପଡିଥାଏ ।

ଏକ ରିସର୍ଚ୍ଚଙ୍କ ଅନୁସାରେ ଏହା ଜାଣିବା ନିହାତି ଜରୁରୀ ହୋଇଥାଏ କେଉଁ ଯାଗାରେ ମାଟି ଭିତରେ ଅଧିକ କଂପନ ହେଉଛି । ଭୁଲରେ ଯଦି ସେହି ଯାଗା ଉପରେ ପାଦ ରଖିଦେବେ ତେବେ ଆପଣଙ୍କୁ ଜଳିବାରୁ କେହି ରକ୍ଷା କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.