Below header

ବିଗ୍ ବିଙ୍କ ମନପସନ୍ଦ ଏୟାରପୋର୍ଟ ଭୁବନେଶ୍ୱର

ଭୁବନେଶ୍ବର : ଓଡ଼ିଶାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଶଂସା କରିଛନ୍ତି ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ। ତାଙ୍କର ୫ଟି ମନ ପସନ୍ଦର ଏୟାରପୋର୍ଟ ମଧ୍ୟରୁ ଭୁବନେଶ୍ୱର ଏୟାରପୋର୍ଟ ଗୋଟିଏ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହଁ ତାଙ୍କ ଫ୍ୟାନ୍ ମାନଙ୍କୁ ଥରେ ଭୁବନେଶ୍ୱରକୁ ଯିବା ପାଇଁ ପ୍ଲାନ କରନ୍ତୁ ଏବଂ ଯାଆନ୍ତୁ ବୋଲି ବିଗ୍ ବି କହିଛନ୍ତି ।

ନିକଟରେ ଓଡ଼ିଶା ଟୁରିଜିମ୍ ପକ୍ଷରୁ ବିଗ ବିଙ୍କ ଏହି ଉକ୍ତିକୁ ଟ୍ଵିଟ୍ କରାଯାଇଛି। ଏହା କହିବାକୁ ଗଲେ ଓଡ଼ିଶା ପାଇଁ ବହୁ ଗର୍ବର କଥା। କାରଣ ବଳିଉଡ଼ର ଶେହେନ୍ସା ଦେଶରେ ଅନେକ ଲୋକଙ୍କ ମନ ଉପରେ ରାଜ୍ କରନ୍ତି। ଯେତେବେଳେ ସେ କିଛି କୁହନ୍ତି, ସାରା ଦେଶ ଏହାକୁ ଧ୍ୟାନ ଦେଇ ଶୁଣେ ବୋଲି ଏହି ଟ୍ଵିଟ୍ରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.