Below header

ଏମିତି ଏକ ଦେଶ ଯେଉଁଠି ଛୁଆ ଜନ୍ମ କଲେ ମିଳିଥାଏ ଟଙ୍କା, ଜାଣନ୍ତୁ କେଉଁଠି

ଆମେ ବାସ କରୁଥିବା ପୃଥିବୀରେ ପ୍ରତିଦିନ ବହୁ ବିସ୍ମୟକର ଘଟଣା ମାନ ଘଟିଥାଏ । ଗୋଟେ ପଟେ ବିଶ୍ୱର ଜନସଂଖ୍ୟା ବଢୁଥିବା ନେଇ ପ୍ରାୟ ଦେଶ ଚିନ୍ତିତ ଥିବା ବେଳେ ଏମିତି ବି ଦେଶ ଅଛି ଯେଉଁଠି ଛୁଆ ଜନ୍ମ କଲେ ବାପା ମା’ ଙ୍କୁ ପୁରସ୍କାର ଦିଆଯାଉଛି । ହଁ ଏମିତି ହିଁ ହେଉଛି ସୁଦୂର ଫିନଲ୍ୟାଣ୍ଡର ଲେଷ୍ଟିଜରବି ଅଞ୍ଚଳରେ । ୨୦୧୩ ମସିହା ଠାରୁ ଏଠାରେ ଜନ୍ମ ହେଉଥିବା ପ୍ରତି ଶିଶୁଙ୍କ ବାପା ମା’ଙ୍କୁ ୧୦ ହଜାର ୟୁରୋ ଉପହାର ସ୍ୱରୂପ ଦିଆଯାଇଥାଏ । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭ ଲକ୍ଷ ୮୬ ହଜାର ହେବ । ପ୍ରକୃତରେ କିଛି ବର୍ଷ ତଳେ ଲେଷ୍ଟିଜରବିର ଅଧିକାରୀ ମାନେ ଏହି ଅଞ୍ଚଳରେ ଦିନ କୁ ଦିନ ହ୍ରାସ ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ଏକ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ । ସେହି ସମୟରେ ଏହି ଗାଁରେ ବର୍ଷକୁ ପ୍ରାୟ ଗୋଟିଏ ଶିଶୁ ଜନ୍ମଗ୍ରହଣ କରୁଥିଲା ।

ତେଣୁ ନଗର ପାଳିକା ତରଫରୁ ‘ବେବି ବୋନସ’ ନାମକ ଏକ ଯୋଜନାର ଆରମ୍ଭ କରାଯାଇଥିଲା । ଏହି ଥିରେ ସ୍ଥିର କରା ଯାଇଥିଲା ପ୍ରତି ଶିଶୁ ଜନ୍ମର ଆଗାମୀ ଦଶ ବର୍ଷ ପଯ୍ୟନ୍ତ ସେମାନଙ୍କ ବାପା ମା’ଙ୍କୁ ୧୦ ହଜାର ୟୁରୋ ଅର୍ଥ ଯୋଗାଇଦିଆଯିବ । ରିପୋର୍ଟ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ଅଞ୍ଚଳରେ ପ୍ରାୟ ୬୦ ଶିଶୁ ଜନ୍ମ ନେଇ ସାରିଲେଣି । ପ୍ରାୟ ୮୦୦ ଜନ ସଂଖ୍ୟା ବିଶିଷ୍ଟ ଏହି ଗାଁରେ ଏତେ ମାତ୍ରାର ଶିଶୁଙ୍କ ଜନ୍ମ ଦେଖି ଗ୍ରାମବାସୀ ବେଶ ଉତ୍ସାହିତ ହେଉଥିବା ଲକ୍ଷ କରାଯାଇଛି । ଫିନଲ୍ୟାଣ୍ଡର ଅନ୍ୟ ନଗର ପାଳିକା ମାନେ ମଧ୍ୟ ଏହି ପରି ‘ବେବି ବୋନସ’ ପ୍ଲାନର ଆରମ୍ଭ କରିଛନ୍ତି । ପ୍ରତି ଶିଶୁ ଜନ୍ମ ହେବାରେ କେତେ ଶହ ରୁ ଆରମ୍ଭ କରି ହଜାରେ ପର୍ଯ୍ୟନ୍ତ ବୋନସ ଦିଆଯାଇଥାଏ । ଆହୁରି ମଧ୍ୟ ଯେଉଁ ପରିବାରରେ ଆଗକୁ ଛୁଆ ଜନ୍ମ ହେବାର ଥାଏ ସେମାନଙ୍କୁ ବେବି ବକ୍ସ ଷ୍ଟ୍ରଟର କିଟ ଦିଆଯାଇଥାଏ ।

ଏହା ସହ ପଢନ୍ତୁ: ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନରେ ଦୀପଦାନ କରିଥିଲେ ଯୁଧିଷ୍ଠିର, ଆଜି ବି ଚାଲିଛି ପରମ୍ପରା

ପ୍ରତି ଶିଶୁଙ୍କୁ ପ୍ରତି ମାସ ୧୦୦ ୟୁରୋ ପର୍ଯ୍ୟନ୍ତ ଅର୍ଥ ରାଶି ଦିଆଯାଉଥିବା ବେଳେ ସେମାନଙ୍କ ମାତା ପିତା ମାନଙ୍କୁ ୭୦ ପ୍ରତିଶତ ଦରମା ସହ ପୁରା ୯ ମାସ ପର୍ଯ୍ୟନ୍ତ ଛୁଟି ଦିଆଯାଏ । ଅଧିକାରୀଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛିକି ବଢୁଥିବା ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଗକୁ ଏହି ଅର୍ଥ ବ୍ୟବସ୍ଥାକୁ ଆହୁରି ବଢାଯିବା ନେଇ ଯୋଜନା କରାଯିବ । ଅନ୍ୟ ପକ୍ଷରେ ଫିନଲ୍ୟାଣ୍ଡର ଅନ୍ୟ ଏକ ପ୍ରାନ୍ତ ବାଲଟିକ ଦେଶ ଏସ୍ତୋନିଆରେ କିଛି ବର୍ଷ ହେବ ଜନ ସଂଖ୍ୟା ଆଶା ଜନକ ଭାବେ ବୃଦ୍ଧି ପାଇଛି । ଏହାର ଶ୍ରେୟ ପ୍ରଚଳିତ ସରକାରୀ ବ୍ୟବସ୍ଥାକୁ ହିଁ ଦିଆଯାଉଛି । କିନ୍ତୁ ଫିନଲ୍ୟାଣ୍ଡର ଅନ୍ୟ କେତେକ ବିଶେଷଜ୍ଞଙ୍କ ଅନୁଯାୟୀ ଏହିପରି ଭାବେ ପ୍ରାତ୍ସାହନ ଦିଆ ଗଲେ ଏହି ଅଞ୍ଚଳର ଜନସଂଖ୍ୟା ଭବିଷ୍ୟତରେ ନିଶ୍ଚିତ ରୂପେ ବୃଦ୍ଧି ପାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.