ଫିଲ୍ମ ‘ଦବଙ୍ଗ ୩’ ରେ ଗୀତ ଗାଇଲେ ଭାଇଜାନ, ସେୟାର କଲେ ଟ୍ରାକ୍‌ ‘ ୟୁଁ କର୍‌କେ’

ବଲିଉଡର ଭାଇଜାନ ସଲମାନ ଖାନ ଏବେ ଅପକମିଙ୍ଗ ଫିଲ୍ମ ‘ଦବଙ୍ଗ ୩’କୁ ନେଇ ବ୍ୟସ୍ତ ରହିଛନ୍ତି। ଫିଲ୍ମଟି ଚଳିତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ସଲମାନ ଏହି ଫିଲ୍ମରେ ଆଉ ଏକ ଜଲଓ୍ଵା ଦେଖାଇଛନ୍ତି। ଆପଣମାନେ ତ ଜାଣିଥିବେ, ଭାଇଜାନ ଅନେକ ଫିଲ୍ମରେ ଗୀତ ଗାଇ ସାରିଲେଣି। ଏବେ ପୁଣି ଥରେ ଫିଲ୍ମ ‘ଦବଙ୍ଗ ’ରେ ଏକ ଗୀତ ଗାଇଛନ୍ତି ସଲମାନ। ଏହି ଗୀତର ଟ୍ରାକକୁ ସଲମାନ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଯାହାକୁ ଶୁଣି ପ୍ରଶଂସକ ଖୁସି କହିଲେ ନ ସରେ। ପ୍ରଶଂସକ ଏହି ଗୀତକୁ ଶୁଣି ସଲମାନଙ୍କୁ ପ୍ରଶଂସାରେ ପୋତିସାରିଲେଣି।

ଏହି ଗୀତରେ ସଲମାନଙ୍କ ସହିତ ପାୟଲ ଦେବ ଗୀତ ଗାଇଛନ୍ତି। ପ୍ରଥମ ଥର ପାଇଁ ପାୟଲ ସଲମାନଙ୍କ ସହିତ ଗୀତ ଗାଇ ବେଶ୍‌ ଉତ୍ସାହିତ ରହିଛନ୍ତି। ଗୀତକୁ ସାଜିଦ ଓ୍ଵାଜିଦ କମ୍ପୋଜ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ସଲମାନ ଫିଲ୍ମ ‘ହାଲୋ ବ୍ରର୍ଦର’, ‘ହିରୋ’, ‘କିକ୍‌’ ଭଳି ଫିଲ୍ମରେ ଗୀତ ଗାଇସାରିଛନ୍ତି। ଫିଲ୍ମ ‘ଦବଙ୍ଗ ୩’ରେ ମହେଶ ମଞ୍ଜରେକରଙ୍କ ଝିଅ ସଇ ମଞ୍ଜରେକର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.