Below header

ବିଦ୍ୟାଳୟର ଉନ୍ନତିକରଣ ପାଇଁ ପେନସନରୁ ୨ଲକ୍ଷ ଟଙ୍କା ଦାନ କରି ଏବେ ଚର୍ଚ୍ଚାରେ ପରମାନନ୍ଦ ସାର୍

ବର୍ତ୍ତମାନ ପୁଣି ଏମିତି ଜଣେ ଶିକ୍ଷକଙ୍କ ବିଷୟରେ ଜାଣିଲୁ ଯିଏ ନିଜର ପେନସନ ଟଙ୍କାରୁ ୨ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରି ଏବେ ଚର୍ଚ୍ଚାରେ। ଶିକ୍ଷକ ଜଣକ ହେଉଛନ୍ତି ପରମାନନ୍ଦ ନାୟକ।

ଭଦ୍ରକ(କେନ୍ୟୁଜ୍): ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ଯିଏ ରଖନ୍ତି ସେ ହେଉଛନ୍ତି ଗୁରୁ। ଆମ ସମାଜରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅତି ନିବିଡ଼। ଯାହା ପ୍ରାଚୀନ କାଳରୁ ରହି ଆସିଛି। ବିଭିନ୍ନ ସମୟରେ ଏହାର ଉଦାହରଣ ବି ଦେଖିବାକୁ ମିଳେ। ତେବେ ବର୍ତ୍ତମାନ ପୁଣି ଏମିତି ଜଣେ ଶିକ୍ଷକଙ୍କ ବିଷୟରେ ଜାଣିଲୁ ଯିଏ ନିଜର ପେନସନ ଟଙ୍କାରୁ ୨ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରି ଏବେ ଚର୍ଚ୍ଚାରେ। ଶିକ୍ଷକ ଜଣକ ହେଉଛନ୍ତି ପରମାନନ୍ଦ ନାୟକ।

ପରମାନନ୍ଦ ସାର୍ ଙ୍କର କହିବା ଅନୁସାରେ ଭିନ୍ନ ଭିନ୍ନ ୨ଗୋଟି ସ୍କୁଲର ଶ୍ରେଣୀ ଗୃହର ଉନ୍ନ ତିକରଣ ପାଇଁ ସେ ଜିଲ୍ଲାପାଳଙ୍କ ଜରିଆରେ ପ୍ରତିଟି ସ୍କୁଲକୁ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଯାହା ଏବେ ସମଗ୍ର ଭଦ୍ରକ ଜିଲ୍ଲା ପାଇଁ ଉଦାହରଣ ସ୍ରୁଷ୍ଟି କରିଛି। ସୂଚନା ଅନୁସାରେ ପରମାନନ୍ଦ ସାର୍ ପ୍ରଥମେ ଧାମନଗର ବ୍ଲକର ଗୋପବନ୍ଧୁନଗର ଉଚ୍ଚ ବିଦ୍ୟାଳୟରୁ ଅବସର ନେବାପରେ ସେହି ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏବେ ପୁଣି ଥରେ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୁନଃ ଏକ ଲକ୍ଷର ଚେକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସ୍କୁଲ ଗୁଡିକ ୫ଟି ରେ ଅନ୍ତର୍ଭୁକ୍ତ ନାହିଁ ଓ ସ୍ମାର୍ଟ କ୍ଲାସ ରୁମର ସୁଯୋଗରୁ ପିଲା ବଞ୍ଚିତ ହେଉଛନ୍ତି। ତେଣୁ ସେ ଏପରି ପଦକ୍ଷେପ ସେ ନେଇଛନ୍ତି ବୋଲି କହିଛନ୍ତି।

sir

ଦର୍ଶକବନ୍ଧୁ କେବଳ ପାଠପଢିବା କ୍ଷେତ୍ରରେ ନୁହେଁ, ଗୀତ, ନାଚ ହେଉ ଅବା ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୁଖ୍ଯ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଛାତ୍ର ଛାତ୍ରୀ ଏବଂ ବିଦ୍ଯାପୀଠର ଉନ୍ନତି କେବଳ ନିର୍ଭର କଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ କାର୍ଯ୍ଯଦକ୍ଷତା ଏବଂ ଆନ୍ତରିକତା ଉପରେ। ଯାହା ପ୍ରମାଣ କରିଦେଖାଛନ୍ତି ପରମାନନ୍ଦ ସାର୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.