ଟ୍ରେନ, ପ୍ଲେନ କି ମଦ ନୁହେଁ ବରଂ ଏଠି ବିଡି ପାଇଁ ଲାଗିଛି ଲମ୍ବା ଲାଇନ୍

ରାଜସ୍ଥାନରେ ମଦ ବିକ୍ରୀ ପରେ ବିଡି, ସିଗାରେଟ, ପାନ ଏବଂ ତବାଖୁ-ଗୁଟୁଖା ବିକ୍ରୀ ଉପରେ ଲାଗିଥିବା ରୋକ୍ ଉପରେ କୋହଳ ଦେଖିବାକୁ ମିଳିଛି। ସୂଚନା ମୁତାବକ ଦୌସାରେ ବର୍ତ୍ତମାନ ପର୍ଯ୍ଯନ୍ତ ଟ୍ରେନ, ପ୍ଲେନ ଏବଂ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ପୋଲିସ କର୍ମଚାରୀ ସାମାଜିକ ଦୂରତା ପାଳନ କରିବାକୁ ପ୍ରୟାସ କରିବା ପରେ ମଧ୍ଯ ଲୋକମାନେ ଏକ୍ଷେତ୍ରରେ ଅଣଦେଖା କରିଛନ୍ତି। ଅନ୍ଯପଟେ ଧୂମପାନ କରୁଥିବା ଲୋକମାନେ ବିଡି କିଣିବା ପାଇଁ ଭିଡ ଜମାଇଥିବାର ନଜର ଆସିଛନ୍ତି। ଏହାପରେ ଗୋଦାମରେ ବିଡି ବିକ୍ରି କରୁଥିବା ଘଟଣାରେ ଜିଲ୍ଲା ମାଜିଷ୍ଟେଟ ଅଭିଚଲ ଚର୍ତୁବେଦି ଲାଲସୋଟ ଏସଡିଏମଙ୍କୁ ଦ୍ଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହ ତତକାଳ ବିଡି ବିକ୍ରି ବନ୍ଦ କରାଯାଇଥିଲା।

lineଲକଡାଉନରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳିଛି କିନ୍ତୁ ରାଜସ୍ଥାନ ସରକାର ଗତ ମଙ୍ଗଳବାର ଦିନ ବିଡି ଏବଂ ଗୁଟୁଖା ଜର୍ଦା ଅନୁମତି ଦେଇଛନ୍ତି। ଏନେଇ ଦୌସା ଜିଲ୍ଲାର ଲାଲସୋଟରେ ବିଡି କିଣିବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଏହା ମାଧ୍ଯମରେ ଲୋକମାନେ ସାମାଜିକ ଦୂରତାକୁ ଫୁ କରିଥିବାର ନଜର ଆସିଛନ୍ତି। ସୂଚନା ମୁତାବକ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରୟାସ କରିଥିବା ବେଳେ ବିଡି କିଣିବା ପାଇଁ ଅଧିକ ଭିଡ ଜମିବାରୁ ଲୋକମାନେ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତାକୁ ଅଣଦେଖା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.