Below header

ଏହି ମନ୍ଦିରରେ ଚଢ଼ାଯାଇଥାଏ ଚପଲ ମାଳା, ରାତିରେ ଚପଲ ପିନ୍ଧି ବୁଲିଥାନ୍ତି ମା’ ଆଉ ପୂରଣ କରନ୍ତି ଭକ୍ତଙ୍କ ମନୋକାମନା !

କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ଲକମ୍ମା ଦେବୀଙ୍କର ଏକ ଭବ୍ୟ ମନ୍ଦିର ରହିଛି। ଏଠାରେ ପ୍ରତ୍ୟେକ ବର୍ଷ ‘ଫୁଟବିୟର ଫେଷ୍ଟିଭାଲ’ ଆୟୋଜନ ହୋଇଥାଏ। ଏହି ଉପଲକ୍ଷେ ଦୂର ଦୁରାନ୍ତ ଗାଁରୁ ଲୋକମାନେ ଆସି ମା’ଙ୍କ ପାଖରେ ଚପଲ ଚଢାଇଥାନ୍ତି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ସ୍ଥାନୀୟ ଗୋଲା ଗାଁର ଲୋକେ ଅଧିକ ସଂଖ୍ୟାରେ ସାମିଲ ହୋଇଥାନ୍ତି। ଫେଷ୍ଟିଭାଲରେ ଏଭଳି ବିଚିତ୍ର ନିୟମ ରହିଥିବାରୁ ଏହା ପୂରା ଦେଶରେ ପ୍ରସିଦ୍ଧ ହୋଇଯାଇଛି।

666

ପ୍ରତ୍ୟେକ ବର୍ଷ ଏହି ଫେଷ୍ଟିଭାଲ ଦୀପାବଳିର ଷଷ୍ଠ ଦିନ ଆୟୋଜନ କରାଯାଇଥାଏ। ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ମାନସିକ ରଖିଥାନ୍ତି। ଏହା ପୂରଣ ହେବା ପାଇଁ ମନ୍ଦିର ବାହାରେ ଥିବା ଏକ ଗଛରେ ପୂରା ଭାବ ଭକ୍ତିର ସହ ଚପଲ ଟାଙ୍ଗିଥାନ୍ତି। କେବଳ ଏତିକି ନୁହେଁ, ମା’ଙ୍କ ପାଖରେ ଶାକାହାରୀ ଏବଂ ମାଂସାହାରୀ ଭୋଜନର ଭୋଗ ମଧ୍ୟ ଲଗାଇଥାନ୍ତି।

55

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ ଚପଲ ଚଢାଇବା ଦ୍ୱାରା ଭଗବାନ ସେମାନଙ୍କୁ ସବୁ ବିପଦରୁ ରକ୍ଷା କରିଥାନ୍ତି। ଆହୁରି ମଧ୍ୟ ବିଶ୍ଵାସ କରାଯାଏ କି, ଏହାଦ୍ୱାରା ଗୋଡ଼ ଏବଂ ଆଣ୍ଠୁ ଯନ୍ତ୍ରଣା ବି ସବୁଦିନ ପାଇଁ ଭଲ ହୋଇଯାଇଥାଏ। ଏହି ମନ୍ଦିରକୁ କେବଳ ହିନ୍ଦୁ ନୁହେଁ, ବରଂ ମୁସଲମାନମାନେ ବି ଆସିଥାନ୍ତି। ମନ୍ଦିରର ବିଶେଷତ୍ୱ ହେଉଛି, ଭକ୍ତଙ୍କ ଦ୍ୱାରା ଚଢାଯାଇଥିବା ଚପଲ ପିନ୍ଧି ମା’ ରାତିରେ ବୁଲିଥାନ୍ତି ଏବଂ ଭକ୍ତମାନଙ୍କ ମନସ୍କାମନା ପୂରଣ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.