Below header

ଅଜବ ପରମ୍ପରା, ଏଠାରେ ଅନ୍ୟର ସ୍ତ୍ରୀ କୁ ଚୋରାଇ ନେଇ ବିବାହ କରିବା ପାଇଁ କରାଯାଇଥାଏ ଉତ୍ସବ

ଏହି ଦୁନିଆରେ ଏପରି ଅନେକ ପ୍ରକାରର ନୀତି ନିୟମ ରହିଛି ଯାହା ଦେଖିବା ସହିତ ଶୁଣିବାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଭିନ୍ନ ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ରହିଛି ଏକ ଏପରି ସ୍ଥାନ ଯେଉଁଠି ଲୋକମାନେ ବିବାହ କରିବା ପାଇଁ ଅନ୍ୟର ପତ୍ନୀକୁ ଚୋରାଇ ନେଇ ବହୁତ ଧୁମଧାମରେ ବିବାହ କରିଥାନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିବାହରେ ସମସ୍ତଙ୍କର ସହମତି ମଧ୍ୟ ରହିଥାଏ ।

Image result for marriage

ସୂଚନା ଅନୁଯାୟୀ ଆଫ୍ରିକାର ସହେଲ ରେଗିସ୍ତାନରେ ବାସ କରୁଥିବା ବୋଦାବ୍ବେ ନାମକ ଜନଜାତିର ଲୋକେ ପ୍ରତିବର୍ଷ ବିବାହ କରିବା ପାଇଁ ଗେରେବୋଲ ଉତ୍ସବର ଆୟୋଜନ କରିଥାନ୍ତି । ଏହି ଉତ୍ସବରେ ପୁଅମାନେ ଚେହେରାରେ ରଙ୍ଗ ଲଗାଇ ଆସିଥାନ୍ତି ଏବଂ ବିବାହିତ ମହିଳା ମାନଙ୍କୁ ପ୍ରେମ ନିବେଦନ କରିଥାନ୍ତି ଏବଂ ଯଦି ପୁରୁଷ ଏଥିରେ ସଫଳ ହୁଏ ତାହେଲେ ସେ ବିବାହିତ ମହିଳାଙ୍କୁ ନେଇ ଫେରାର ହୋଇଯାଏ । ତେବେ ଏପରି କରିବା ସମୟରେ ଏହି କଥାକୁ ଧ୍ୟାନରେ ରଖିବାକୁ ପଡେ ଯେପରି ମହିଳାଙ୍କ ପତି ଏହିସବୁ ନ ଦେଖନ୍ତି କିମ୍ବା ତାଙ୍କୁ ଏ ବିଷୟରେ କୌଣସି ସୂଚନା ନମିଳେ ।

Image result for gerewol festival of vodabe tribe

ମହିଳା ଜଣକ ମାନି ଯିବା ପରେ ପୁରୁଷ ପ୍ରଥମେ ବିବାହିତ ମହିଳାଙ୍କୁ ନେଇ ଫେରାର ହୋଇଯାନ୍ତି । ପରେ ସମୁଦାୟ ସେ ଦୁଇଜଣଙ୍କ ବିବାହ କରାଇଥାନ୍ତି । ଏହିଭଳି ବିବାହକୁ ଏହି ସମୁଦାୟର ଲୋକେ ଲଭ ମ୍ୟାରେଜ କହିଥାନ୍ତି ଏବଂ ସେମାନଙ୍କର ବିବାହକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । ଏହି ସମୁଦାୟରେ ଅଧିକାଂଶ ଲୋକଙ୍କର ବିବାହ ଏହିଭଳି ହୋଇଥାଏ । ବିବାହ କରିବା ପୂର୍ବରୁ ମହିଳା ମାନଙ୍କୁ ପ୍ରଥମ ସ୍ୱାମୀଙ୍କର ଆଶୀର୍ବାଦ ମଧ୍ୟ ନେବାକୁ ପଡିଥାଏ ଏବଂ ସବୁ ଲୋକ ଏହି କାମକୁ ମିଳିମିଶି ସମର୍ଥନର ସହ କରିଥାନ୍ତି । ଏହାସହିତ ଏହି ପରମ୍ପରାକୁ ଉପଭୋଗ ମଧ୍ୟ କରିଥାନ୍ତି ।

Related image

ଏହାସହ ପଢନ୍ତୁ ତକିଆର ଦାମ ୩୬ ଲକ୍ଷ, ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

ଗେରେବୋଲ ଫେଷ୍ଟିଭାଲରେ ଲୋକମାନେ ଏପରି ରୂପ ବଦଳାଇ ଆସିଥାନ୍ତି ଯେପରିକି ଜଣେ ଅନ୍ୟ ଜଣକୁ ଚିହ୍ନି ପାରିବେ ନାହିଁ ଏବଂ ଏହି ବିବାହକୁ ଭଲଭାବେ ଉପଭୋଗ କରିପାରିବେ । ଏହାର ଆୟୋଜନ ଗ୍ରାମର ଲୋକମାନେ ବହୁତ ବଡ଼ ଭାବେ ଆୟୋଜନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.