ନାତୁଣୀ ସହ ଜମେଇକି ନାଚିଲେ ଜେଜେମା’, ସୋସିଆଲ ମିଡିଆରେ ଧୂମ୍ ମଚାଉଛି ଭାଇରାଲ ଭିଡିଓ

ଏବେ ଏବେ ଟୁଇଟରରେ ଏକ ଭିଡିଓ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏଥିରେ ଜେଜେମା’ ଓ ନାତୁଣୀଙ୍କ ନିଆରା ଅନ୍ଦାଜ ସମସ୍ତଙ୍କୁ ମତୁଆଲା କରିଦେଉଛି। ଭିଡିଓଟିକୁ ଟୁଇଟ୍ କରି ନାତୁଣୀ ଲେଖିଛନ୍ତି, ତାଙ୍କୁ ଚାପୁଡ଼ା ପଡ଼ିବ ବୋଲି ସେ ଭାବିଥିଲେ। କିନ୍ତୁ ତାଙ୍କ ଜେଜେମା’ ଯେତେବେଳେ ତାଙ୍କୁ ସାଥ୍ ଦେଇଥିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜେଜେମା’ ତାଙ୍କ ସହ ଖୁବ୍ ମସ୍ତିିରେ ଡ୍ୟାନ୍ସ କରିଥିଲେ। ମରିୟମ୍ ଅଲ୍ଲୀ ନାଁରେ ଥିବା ଏକ ଟୁଇଟର ଆକାଉଣ୍ଟରେ ଏହି ଭିଡିଓକୁ ୟୁଜର ଶେୟାର କରିଛନ୍ତି। ଜେଜେମା’ ପ୍ରଥମେ ରାଗୁଛନ୍ତି ଏବଂ ପରେ ବଢିଆ ଷ୍ଟାଇଲରେ ଠୁମ୍‌କା ଲଗାଉଛନ୍ତି। ଜେଜେମା’, ନାତୁଣୀଙ୍କ ଡ୍ୟାନ୍ସ ଷ୍ଟାଇଲ୍ ଦେଖି ଫ୍ୟାନମାନେ ଖୁବ୍ ମଜା ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.