ଯବାନଙ୍କ ପରିବାରକୁ ମାଗଣାରେ ଖାଦ୍ୟ ପରଷିଥାଏ ଏହି ହୋଟେଲ! କିନ୍ତୁ ମାନିବାକୁ ପଡ଼େ କେବଳ ଗୋଟିଏ ସର୍ତ୍ତ

ହିମାଚଳ ପ୍ରଦେଶର ଏକ ହୋଟେଲ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ହୋଟେଲର ନାଁ ‘ଗୋପାଳ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ’। ଏଠାରେ ଯବାନ ଏବଂ ତାଙ୍କ ପରିବାରକୁ ଖାଦ୍ୟ ଖାଇବାରେ ୫୦ ପ୍ରତିଶତ ରିହାତି ଦିଆଯାଇଥାଏ। କେବଳ ଏତିକି ନୁହେଁ, ଯବାନଙ୍କ ପରିବାର ପାଇଁ ଏଠାରେ ସବୁକିଛି ମାଗଣା ରହିଛି। ସେମାନଙ୍କ ପରିବାର ଲୋକେ ଏହି ହୋଟେଲରେ ଯାହା ବି ଖାଇଲେ, କୌଣସି ପଇସା ନିଆଯିବ ନାହିଁ। ଏପରି କି, ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟ ସେମାନେ ଏଠାରେ ରହିପାରିବେ।

ହୋଟେଲ ଏମିତି ଅଫର ଦେବା ପଛରେ କିଛି ଲୋକ ଲୋକପ୍ରିୟତା ହାସଲ କରିବାର କାରଣ କହୁଛନ୍ତି। କିନ୍ତୁ ସେମିତି କିଛି ନୁହେଁ। ଅଫର ଦେବା ପଛରେ ମାଲିକଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ପ୍ରଥମତଃ ଯବାନମାନଙ୍କ ଆତ୍ମବିଶ୍ୱାସକୁ ସଲାମ୍ କରିବା ଏବଂ ଦ୍ୱିତୀୟରେ ସେମାନଙ୍କୁ ସମ୍ମାନ ଦେବା।

food2

ଏହାସହ ପଢ଼ନ୍ତୁ: ବ୍ରେଷ୍ଟ କ୍ୟାନସରରେ ଆରପାରିକୁ ଚାଲିଗଲେ ଭାବି ସ୍ତ୍ରୀ, ମୃତଦେହକୁ ବଧୂ ବେଶରେ ସଜାଇ ବିବାହ କଲେ ଏହି ଯୁବକ

ଏମିତି ଅଫର ସହ ଏକ ସର୍ତ୍ତ ମଧ୍ୟ ରହିଛି। ବିନା ବର୍ଦ୍ଦିରେ ଆସୁଥିବା ଯବାନମାନଙ୍କ ଖାଦ୍ୟ ବିଲ୍ ଉପରେ କେବଳ ୨୫ ପ୍ରତିଶତ କଟାଯିବ। ସମ୍ପୂର୍ଣ୍ଣ ବର୍ଦ୍ଦି ପିନ୍ଧିଥିଲେ, ୫୦ ପ୍ରତିଶତ ରିହାତି ମିଳିବ।