ଶିକ୍ଷୟିତ୍ରୀଙ୍କ ବୋତଲରୁ ଟିକେ ପାଣି ପିଇଦେଲେ ବୋଲି ୧୪ ଜଣ ଛାତ୍ରଙ୍କୁ ନିର୍ଦ୍ଦୁମ ଛେଚିଲେ ଦିଦି

ନବରଙ୍ଗପୁର(କେନ୍ୟୁଜ୍):  ଶିକ୍ଷୟିତ୍ରୀଙ୍କ ବୋତଲରୁ ପାଣି ପିଇଦେଲେ ଛାତ୍ର। ଏଥିପାଇଁ ଛାତ୍ରମାନଙ୍କୁ ନିର୍ଦ୍ଦୁମ ଛେଚିଲେ ସମ୍ପୃକ୍ତ ଶିକ୍ଷୟିତ୍ରୀ। ଆହତ ହେଲେ ୧୪ ଜଣ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡୋଙ୍ଗରା UGME ସ୍କୁଲରୁ। ଅଭିଯୋଗ ମୁତାବକ, ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପିଲାମାନେ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ପାଣି ବୋତଲରୁ ପାଣି ପିଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ ଶିକ୍ଷୟିତ୍ରୀ। ପିଲାଙ୍କୁ ନିର୍ଧୁମ ମାଡ଼ ମାରିଲେ। ପିଲାଙ୍କ ଦେହରେ ମାଡ଼ର ଚିହ୍ନ ରହିଛି। ଏ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ପିଲାମାନେ ଏବେ ସ୍କୁଲକୁ ଯିବାକୁ ନାରାଜ। ସ୍କୁଲ କମିଟି ସଭାପତି ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.