Below header

ତମ୍ବା କଡ଼ା ପିନ୍ଧିଲେ ମିଳେ ଅନେକ ଶାରୀରିକ, ମାନସିକ ଏବଂ ଆର୍ଥିକ ଫାଇଦା, ଜାଣନ୍ତୁ ପିନ୍ଧିବାର ନିୟମ

ରତ୍ନଭଳି ଅନେକ ଧାତୁ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ସୁନା, ରୂପା, ଲୁହା, ତମ୍ବା, ପିତ୍ତଳ ଆଦି ଗ୍ରହମାନଙ୍କର ବହୁତ ଭଲ ସମ୍ବନ୍ଧ ରହିଛି। ତମ୍ବା ସୂର୍ଯ୍ଯଙ୍କ ସହିତ ପିତ୍ତଳ ଗୁରୁଙ୍କ ସହିତ ଏବଂ ରୂପା ଚନ୍ଦ୍ର ସହିତ ଭଲ ସଂପର୍କ ରହିଛି। ଏହି ଧାତୁ ପିନ୍ଧିବା ଦ୍ବାରା ପ୍ରତିଦିନର ଜୀବନଚର୍ଯ୍ଯାରେ ବେଶ ଉପଯୋଗ ହୋଇଥାଏ। ତେଣୁକରି ଲୋକେ ଏହିସବୁ ଧାତରେ ମୁଦି ଏବଂ କଡା କରି ପିନ୍ଧନ୍ତି। ଲାଲ କିତାବରେ ତମ୍ବା କଡା ପିନ୍ଧିବାର ଫାଇଦା ସହିତ ଏହାକୁ ପିନ୍ଧିବାର ଜରୁରୀ ନିୟମ ବିଷୟରେ କୁହାଯାଇଛି।

ତମ୍ବା କଡା ପିନ୍ଧିବାର ଫାଇଦା:

ତମ୍ବା କଡା ପିନ୍ଧିବା ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ପୁରୁଣାରୁ ପୁରାଣି ଅଷ୍ଟିୟୋ ଆର୍ଥରାଇଟିସ ରୋଗରୁ ଛୁଟକାରା ମିଳିଥାଏ। ଏମିତି ଲୋକ ତମ୍ବା କଡା ପିନ୍ଧିଲେ ମୁକ୍ତି ମିଳିଥାଏ।

ତମ୍ବା କୋଲେଷ୍ଟ୍ରୋଲ ମଧ୍ୟ ନିୟନ୍ତ୍ରଣରେ ରଖେ। ହିମୋଗ୍ଲୋବିନ ବଢିଥାଏ। ବ୍ଲଡ ସର୍କୁଲେସନ ଉତ୍ତମ ହୋଇଥାଏ। ରାଗ ଉପରେ ନିୟନ୍ତ୍ରଣ ରଖେ। ଇମ୍ଯୁନ ସିଷ୍ଟମକୁ ମଜବୁତ କରିଥାଏ। ଏହା ଅନେକ ରୋଗରୁ ରକ୍ଷା କରିଥାଏ।

ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ଯ ଦୁର୍ବଳ ହୋଇଥାନ୍ତି, ସେମାନେ ତମ୍ବା କଡା ପିନ୍ଧିବା ଦ୍ବାରା ଜଲଦି ଉନ୍ନତି ହୋଇଥାଏ। ଆତ୍ମବିଶ୍ବାସ ବଢିଥାଏ, ଯଶ ମିଳେ।

ପିନ୍ଧିବାର ନିୟମ:

ତମ୍ବା କଡା ପିନ୍ଧିବା ପୂର୍ବରୁ କୁଣ୍ଡଳୀରେ ଗ୍ରହ ସ୍ଥିତିର ଯାଞ୍ଚ କରିନିଅନ୍ତୁ। କାରଣ ହାତରେ ହେଉ ଅବା ଆଙ୍ଗୁଠି କିମ୍ବା କେବଳରେ ପିନ୍ଧିବା ଘାତକ ମଧ୍ୟ ହୋଇପାରେ। ତେଣୁ ଏହାକୁ ପିନ୍ଧିବା ପରେ ନିଶା କିମ୍ବା ଅନୈତିକ କାମ ନ କରନ୍ତୁ। ତମ୍ବା କଡା ପିନ୍ଧିବା ବେଳେ ଶୁଭ ମୁହୂର୍ତ୍ତ ଦେଖି ପିନ୍ଧନ୍ତୁ। ଏହାସହିତ କୌଣସି ଅପବିତ୍ର କାମ କଡା ପିନ୍ଧି କରନ୍ତୁ ନାହିଁ। ଏହାଦ୍ବାରା କଡା ପ୍ରଭାବ ହୀନ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.