ପିତୃ ପକ୍ଷ : ଚତୁର୍ଦ୍ଦଶୀ ତିଥିରେ ଭୁଲରେ ବି କରନ୍ତୁ ନାହିଁ ଏହି ଲୋକଙ୍କର ଶ୍ରାଦ୍ଧ,ନହେଲେ ସନ୍ତାନଙ୍କୁ ପଡିପାରେ ଦୁଃଖ

ପିତୃ ପକ୍ଷରେ ୧୬ ଶ୍ରାଦ୍ଧ ବିଧି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଦେଖାଇବାକୁ ହୋଇଥାଏ । ଶ୍ରାଦ୍ଧ ପକ୍ଷ ୨୫ ସେପ୍ଟେମ୍ବର ୨୦୨୨ ଦିନ ଶେଷ ହେଉଛି । ସର୍ବ ପିତୃ ଅମାବାସ୍ୟା ପିତୃ ପକ୍ଷର ଶେଷ ଦିନ ହୋଇଥାଏ । ଏହାର ଗୋଟିଏ ଦିନ ପୂର୍ବ ଅର୍ଥାତ ଚତୁର୍ଦ୍ଦଶୀ ତିଥି ଦିନ ଅକାଳ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ କରାଯାଇଥାଏ । ଯେଉଁମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ ସେମାନଙ୍କୁ ଚତୁର୍ଦ୍ଦଶୀ ଦିନ ଶ୍ରାଦ୍ଧ ଦିଆଯାଇଥାଏ ।

କେବେ ପଡୁଛି ଚତୁର୍ଦ୍ଦଶୀ ଶ୍ରାଦ୍ଧ ୨୦୨୨

ପିତୃ ପକ୍ଷରେ ଚତୁର୍ଦ୍ଦଶୀ ଶ୍ରାଦ୍ଦକୁ ଘାଏଲ ଚତୁର୍ଦ୍ଦଶୀ ନାମରେ ଜଣାଯାଇଥାଏ । ଏହି ବର୍ଷ ଚତୁର୍ଦ୍ଦଶୀ ଶ୍ରାଦ୍ଧ ସମୟ ୨୪ ସେପ୍ଦେମ୍ବର ୨୦୨୨ ବା ଆଶ୍ୱିନ ମାସ ଭୋର ୦୨ ଟା ୩୦ ରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଭୋର ୦୩ ଟା ୧୨ ଯାଏ ରହୁଛି । ଏହି ସମୟରେ ଦୁର୍ଘଟଣା, ହତ୍ୟା ଓ ଆତ୍ମହତ୍ୟା ଭଳି ଅକାଳ ମୃତ୍ୟୁ ହୋଇଥିବା ଲୋକଙ୍କ ଶ୍ରାଦ୍ଧ କରିବାର ମହତ୍ୱ ରହିଛି ।

ଚତୁର୍ଦ୍ଦଶୀ ତିଥିରେ ଏହି ଲୋକଙ୍କ ଶ୍ରାଦ୍ଧ କରିବା କଥା ନୁହେଁ

• ଚତୁର୍ଦ୍ଦଶୀ ତିଥିରେ ସାମାନ୍ୟ ବା ସ୍ୱାଭାବିକ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ କରାଯାଇନଥାଏ । ମହାଭାରତର ଏକ କଥନ ଓ କୁର୍ମ ପୁରାଣ ଅନୁସାରେ ଏହି ଦିନ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସନ୍ତାନଙ୍କୁ ଭବିଷ୍ୟତରେ ବହୁ ମାନସିକ, ଶାରିରୀକ ଓ ଆର୍ଥିକ ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡ଼ିପାରେ ।

• ମହାଭାରତର ଅନୁଶାସନ ପର୍ବରେ ଭୀଷ୍ମ ପିତାମହ ରାଜା ଯୁଧିଷ୍ଟିରଙ୍କୁ କହିଛନ୍ତି କି ଯେଉଁ ଲୋକଙ୍କ ସ୍ୱାଭାବିକ ମୃତ୍ୟୁ ନ ହୋଇଛି, ସେମାନଙ୍କ ଶ୍ରାଦ୍ଧ ଆଶ୍ୱିନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ କରାଯିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.