Below header

ହଠାତ୍ ଗୁରୁତର ହେଲା ଏକ ଗାଈ, ଅପରେସନ୍ ପରେ ପେଟରୁ ଯାହା ବାହାରିଲା ହୋଇଯିବେ ଆଶ୍ଚର୍ଯ୍ୟ !

ଗାଈ ପେଟରୁ ବାହାରିଲା ୫୦ କେଜିରୁ ଅଧିକ ପଲିଥିନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ପ୍ରାଣୀ ଚିକିତ୍ସାଳୟରେ । ଗତ ଦୁଇ ଦିନ ପୂର୍ବରୁ ଏକ ଗାଈ ବିଜିପୁର ଛକରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପ୍ରାଣୀ ଚିକିତ୍ସାଳୟକୁ ଜଣାଇବା ପରେ କିଛି ଡ଼ାକ୍ତର ଆସି ଘଟଣାସ୍ଥଳରେ ପହଁଚିଥିଲେ ।

ବ୍ରହ୍ମପୁର (କେନ୍ୟୁଜ୍) : ଗାଈ ପେଟରୁ ବାହାରିଲା ୫୦ କେଜିରୁ ଅଧିକ ପଲିଥିନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ପ୍ରାଣୀ ଚିକିତ୍ସାଳୟରେ । ଗତ ଦୁଇ ଦିନ ପୂର୍ବରୁ ଏକ ଗାଈ ବିଜିପୁର ଛକରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପ୍ରାଣୀ ଚିକିତ୍ସାଳୟକୁ ଜଣାଇବା ପରେ କିଛି ଡ଼ାକ୍ତର ଆସି ଘଟଣାସ୍ଥଳରେ ପହଁଚି ଗାଈଟିର ଚିକିତ୍ସା କରି ଫେରିଯାଇଥିଲେ । କିନ୍ତୁ ପରେ ଗାଈଟି ଅଧିକ ଗୁରୁତର ହେବା ପରେ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଯୋଗେ ତାକୁ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା । ଯେହେତୁ ଗାଈଟିର ପେଟଟି ଫୁଲି ଯାଇଥିଲା ଯାହାଫଳରେ ଗାଇଟି ଗର୍ଭବତୀ ଥିବା ନେଇ ଅନୁମାନ କରାଯାଇଥିଲା । କିନ୍ତୁ ପ୍ରାଣୀ ଚିକିତ୍ସକ ଦେଖିଲା ବେଳେକୁ ପେଟ ଭିତରେ ଛୁଆ ନୁହେଁ ବରଂ ଅନ୍ୟ କୈଣସି ସାମଗ୍ରୀ ରହିଥିବା ଜାଣିବାକୁ ପାଇଥିଲେ।

ଗାଈଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସା କରାଯାଇ ପ୍ରାଣୀ ଚିକିତ୍ସାଳୟରେ ହିଁ ରଖାଯାଇଥିଲା । ଗାଈଟିର ସ୍ୱାସ୍ଥ୍ୟବସ୍ଥାରେ ଟିକେ ସୁଧାର ଆସିବ ପରେ ତାର ଅପରେସନ ଆରମ୍ଭ ହୋଇଥିଲା । ଅପରେସନ କରିବା ପରେ ଗାଈଟିର ପେଟ ଭିତରୁ ପ୍ରାୟ ୫୦ କେଜିରୁ ଊର୍ଦ୍ଧ୍ଵ ପଲିଥିନ ବାହାରିଥିଲା । ଏତେ ପରିମାଣରେ ପଲିଥିନ ବାହାର କରିବା ପରେ ମଧ୍ୟ ଚିକିତ୍ସା ସେବା ଯୋଗାଇଦେବା ପରେ ଗାଈଟି ସୁସ୍ଥ ରହିଛି । ଗାଈ ପେଟରୁ ଏତେ ପରିମାଣର ପଲିଥିନ ବାହାର କରିବା ନିମନ୍ତେ ଦୀର୍ଘ ୩ ଘଣ୍ଟା ସମୟ ଲାଗିଥିଲା । ଆଉ ଏହି ଅପରେସନରେ ୩ଟି ଡ଼ାକ୍ତର ଓ ୫ ଜଣ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ମାନେ ସାମିଲ ହୋଇଥିଲେ ।

polythene
Representational Image (Credits: Research Gate)

 

ଏପଟେ ସହରବାସୀ ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରିବା ପରେ ଏଣେତେଣେ ଫୋପାଡ଼ିଦେବା ଫଳରେ ଗାଈମାନେ ଏହି ପଲିଥିନକୁ ଖାଇ ଦେଇଥାନ୍ତି । ସେପଟେ ସହରରେ ପଲିଥିନର ବ୍ୟବହାର ଉପରେ ସରକାର କଟକଣା ଜାରି କରିଥିବା ବେଳେ ତଥାପି ଅବାଧରେ ପଲିଥିନର ବ୍ୟବହାର ଚାଲିଛି । ଯେଉଁଥିପାଇଁ ଆଜି ଏଭଳି ଗୋଟେ ଗାଈ ପେଟରୁ ୫୦କିଲୋରୁ ଅଧିକ ପଲିଥିନ ବାହାରିଛି ।

ସବୁଠୁ ଦୁଃଖ ଓ ବଡମ୍ବନାର ବିଷୟ ଗାଈ ମାଲିକ ମାନେ କ୍ଷୀର ବାହାର କରିଦେବା ପରେ ଗାଇ ଗୁଡିକୁନିଜ ହେପାଜତରେ ନରହି ବାହାରକୁ ଛାଡ଼ିଦେଉଛନ୍ତି । ଯାହାଫଳରେ ଗାଈ ମାନେ ଖାଦ୍ୟ ନ ପାଇ ଅଜଣାତରେ ପଲିଥିନ ଖାଇ ଏଭଳି ସମସ୍ୟାରେ ପଡ଼ୁଛନ୍ତି । ତେଣୁ ପଲିଥିନର ବ୍ୟବହାରକୁ ରୋକିବା ସହ ଗାଈ ମାଲିକ ମାନଙ୍କୁ ତାଗିଦ୍‌ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗାଈକୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀମାନେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.