Below header

ଆରମ୍ଭ ହୋଇଗଲାଣି ପିକନିକ୍ ଋତୁ: ଥରେ ବୁଲି ଆସନ୍ତୁ ନୟାଗଡ଼ ଦଶପଲ୍ଲାରେ ଥିବା ରତ୍ନଗଣ୍ଡ ଜଳପ୍ରପାତ

ବଣପାହାଡ଼ ଘେରା ଏହି ସୋନ୍ଦର୍ଯ୍ୟ ଭରା ସ୍ଥାନ ଦଶପଲ୍ଲାର ରତ୍ନଗଣ୍ଡ ଜଳପ୍ରପାତ। ଏହା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସଦରମହକୁମା ଠାରୁ ପ୍ରାୟ ୧୭ କିଲୋମିଟର ଦୂର ବିରିଗଡ଼ ପାହାଡ଼ ପାଦଦେଶରେ ଅବସ୍ଥିତ ।

ଦଶପଲ୍ଲା(କେନ୍ୟୁଜ): ଆରମ୍ଭ ହେଲାଣି ପିକନିକ୍ ଋତୁ । ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତି ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । ଆଉ ସେହି ଅନୁଭୂତିର ମଜା ନେବାପାଇଁ ପର୍ଯ୍ୟଟନ ସ୍ଥଳୀରେ ଲାଗିଥାଏ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଆମ ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଥିବା ରତ୍ନଗଣ୍ଡ ଜଳପ୍ରପାତ ଅନ୍ୟତମ । ଯାହାକି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟବାହାରର ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ବଣପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓ ଶାନ୍ତ ପରିବେଶ ମଧ୍ୟରେ ରହିଛି ଏକ ପ୍ରାକୃତିକ ଝରଣା । କୁଳୁ କୁଳୁ ନାଦରେ ପାହାଡ଼ ଉପରୁ ଝରି ଆସୁ ଥିବା ନଦୀ, ପକ୍ଷୀ ମାନଙ୍କ ଚିକିରି ମିକିରି ଶବ୍ଦ ଓ ଶାନ୍ତ ପରିବେଶର ଦୃଶ୍ୟ ଯେ କୌଣସି ଲୋକଙ୍କୁ ମଧ୍ୟ ଆକର୍ଷିତ କରିନେବ। ଏ ହେଉଛି ବଣପାହାଡ଼ ଘେରା ଏହି ସୋନ୍ଦର୍ଯ୍ୟ ଭରା ସ୍ଥାନ ଦଶପଲ୍ଲାର ରତ୍ନଗଣ୍ଡ ଜଳପ୍ରପାତ । ଏହା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସଦର ମହକୁମା ଠାରୁ ପ୍ରାୟ ୧୭ କିଲୋମିଟର ଦୂର ବିରିଗଡ଼ ପାହାଡ଼ ପାଦଦେଶରେ ଅବସ୍ଥିତ । ପ୍ରତ୍ୟେକବର୍ଷ ନଭେମ୍ବରରୁ ଜାନୁଆରୀ ମାସ ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ଏହି ସ୍ଥାନରେ ଭୋଜି ଭାତ ସହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।

ପ୍ରତ୍ୟେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରତ୍ନଗଣ୍ଡ ଜଳପ୍ରପାତକୁ ଦେଖିବାକୁ ଆସୁଛନ୍ତି ଅନେକ ପର୍ଯ୍ୟଟକ। ରତ୍ନଗଣ୍ଡ ଜଳପ୍ରପାତ,ପରିସରରେ ରହିଛି ଏକ ପଥର ଶର୍ଯ୍ୟା । ପଥର ଶର୍ଯ୍ୟାରୁ ପ୍ରାୟ ୨ଶହ ଫୁଟର ଜଳପ୍ରପାତ ତା’ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ବ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ବର୍ଷସାରା ଏହି ପର୍ଯ୍ୟଟନ ସ୍ଥାନକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଛୁଟି ଆସିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.