କାର୍‌ ଓ୍ଵିଣ୍ଡୋରେ ବସି ଷ୍ଟଣ୍ଟ କରୁଥିଲେ ‘ପାପା କି ପରୀ’, ପୋଲିସ କାଟିଲା ୨୩ ହଜାର ଚାଲାଣ

ଯୁବତୀ ଏକ କାର ଝରକାରେ ବସି ବାହାରକୁ ବାହାରି ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ପଛରୁ ଆସୁଥିବା ଜଣେ ବ୍ୟକ୍ତି ଏହାର ଭିଡିଓ କରି ଏକ୍ସରେ ପୋଷ୍ଟ କରି ୟୁପି ପୋଲିସ ଏବଂ ଟ୍ରାଫିକ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଭିଡିଓ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରର ୨୩,୫୦୦ ଟଙ୍କା ଚାଲାଣ କାଟିଛି ।

ଆଜିକାଲିର ଯୁବପିଢି ରିଲ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି । ଆଉ ଭିଡିଓ ବନାଇବା ପାଇଁ ଏମିତି କିଛି କାମ କରୁଛନ୍ତି, ଯେଉଁଥିପାଇଁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ଏମିତିରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ଜଣକ କାର ଝରକାରୁ ବାହାରି ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ଆଉ ଭିଡିଓ ଆଧାରରେ ଟ୍ରାଫିକ ପୋଲିସ ଗାଡିର ୨୩,୫୦୦ ଟଙ୍କା ଚାଲାଣ କାଟିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ଏକ କାର ଝରକାରେ ବସି ବାହାରକୁ ବାହାରି ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ପଛରୁ ଆସୁଥିବା ଜଣେ ବ୍ୟକ୍ତି ଏହାର ଭିଡିଓ କରି ଏକ୍ସରେ ପୋଷ୍ଟ କରି ୟୁପି ପୋଲିସ ଏବଂ ଟ୍ରାଫିକ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହି ଭିଡିଓ ୨୯ ସେକେଣ୍ଡର ରହିଛି ।

ଭିଡିଓଟି ଗ୍ରେନୋ ୱେଷ୍ଟ ଏକ ମୂର୍ତ୍ତି ନିକଟରେ ହୋଇଛି । ଭିଡିଓରେ ରାସ୍ତାରେ ଦ୍ରୁତ ଗତିରେ ଦିଲ୍ଲୀ ନମ୍ବର ଥିବା କାର ଦେଖିବାକୁ ମିଳିଛି । ଏଥିରେ ଜଣେ ଯୁବତୀ କାର ଝରକାରୁ ବାହାରି ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରର ୨୩,୫୦୦ ଟଙ୍କା ଚାଲାଣ କାଟିଛି । ତାହାଛଡା ଏମିତି ଷ୍ଟଣ୍ଟ ନ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବେ ନୋଏଡାରେ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ କିଛି ଲୋକ ରାତିରେ ଦ୍ରୁତ ଏସୟୁଭିରୁ ବାହାରି ପଇସା ଫୋପାଡୁଥିବାର ଦେଖିବାକୁ ମିଳିଥିଲା । ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ଜରିମାନା ଲଗାଇ ୫ ଜଣଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.