ସମସ୍ତଙ୍କୁ ପର କରି ଜୀବନ ହାରିଲେ ପ୍ରଦୀପ, ହତ୍ୟା କରାଯାଇଥିବା ସନ୍ଦେହ

ଏଭଳି ଏକ ଦୁଖଦ ଘଟଣା ପଟ୍ଟାମୁଣ୍ଡାଇ ପୌରପରିଷଦ ପୋଖରିଆପଡା ଗାଁରେ ଘଟିଯାଇଛି । ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ଭଡ଼ାଘରେ ରହି ଆସୁଥିଲେ ଆଳି ବ୍ଲକ ନାଟରା ଗାଁର ପ୍ରଦୀପ ସୁତାର । ପଟ୍ଟାମୁଣ୍ଡାଇରେ ଦୀର୍ଘ ଦିନ ଧରି କାଠକାମ କରି ନିଜର ପରିବାର ଚଳାଉଥିଲେ ।

ଘରର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲିଗଲେ ପ୍ରଦୀପ । ସବୁଦିନ ଭଳି ସେଦିନ ବି ଘରେ ଭଲରେ କଥା ହୋଇ ବାହାରକୁ ଯାଇଥିଲେ । କିନ୍ତୁ ହଠାତ ସକାଳେ ଘରକୁ ଖବର ଆସିଲା ପୁଅ ଜୀବନ ହାରି ଦେଇଛି । ଆଉ ଏକଥା ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା । ଅଫେରା ରାଇଜକୁ ଚାଲି ଯାଇଛନ୍ତି ପ୍ରଦୀପ । ଘର ଲୋକଙ୍କ କଥା ଟିକେ ବି ଭାବିଲେନି । ସମସ୍ତଙ୍କୁ ପର କରି ଅନ୍ୟ ଏକ ଦୁନିଆକୁ ଚାଲି ଯାଇଛନ୍ତି ।

ତେବେ ଏଭଳି ଏକ ଦୁଖଦ ଘଟଣା ପଟ୍ଟାମୁଣ୍ଡାଇ ପୌରପରିଷଦ ପୋଖରିଆପଡା ଗାଁରେ ଘଟିଯାଇଛି । ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ଭଡ଼ାଘରେ ରହି ଆସୁଥିଲେ ଆଳି ବ୍ଲକ ନାଟରା ଗାଁର ପ୍ରଦୀପ ସୁତାର । ପଟ୍ଟାମୁଣ୍ଡାଇରେ ଦୀର୍ଘ ଦିନ ଧରି କାଠକାମ କରି ନିଜର ପରିବାର ଚଳାଉଥିଲେ । ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ସୂତାର ନିଜେ ନିଜର ଜୀବନ ହାରିଥିବା ଜଣାପଡିଛି । ଅନ୍ୟପଟେ ପ୍ରଦୀପଙ୍କ ଦେହରେ ସାମାନ୍ୟ କ୍ଷତ ଥିବାରୁ ଏହା ହତ୍ୟା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପ୍ରଦୀପଙ୍କ ଏଭଳି ଅବସ୍ଥା ଦେଖି ଗାଁ ଲୋକେ ତୁରନ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଷ୍ଟେସନରେ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ଦେଖିବାକୁ ମିଳିଛି ।

ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ଗ୍ରାମବାସୀ ମାନେ ପ୍ରତିକ୍ରିୟା ରଖି କହିଛନ୍ତି ପୋଲିସ ସଠିକ ମାର୍ଗରେ ତଦନ୍ତ କଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ପ୍ରଦୀପ ଏଭଳି କାହିଁକି କଲେ । ଏହା ପଛରେ କାରଣ କଣ ଥାଇପାରେ ତାକୁ ନେଇ ତଦନ୍ତ ଜୋର ଧରିଛି । କିନ୍ତୁ ବର୍ତ୍ତମାନ ପରିବାର ଲୋକ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.