ଦୁର୍ଘଟଣାଜନିତ ମୃତ୍ୟୁ; ଶୂନ୍ୟ ସପ୍ତାହରେ ପୁଣି ଗଲା ଜୀବନ, ସଚେତନ ଓ ବ୍ୟବସ୍ଥିତ ହେବା ନିହାତି ଜରୁରୀ

ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ହୋଇଛି ଏହି ଛାତିଥରା ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ଉପରକୁ ମାଡ଼ି ଯାଇ ଅପରପାର୍ଶ୍ୱରେ ଥିବା ବସ୍‌କୁ ପିଟିଥିଲା କାର୍ ଟି।

ଭୁବନେଶ୍ୱର (କେନ୍ୟୁଜ): ଜମିଥିଲା ଗହଳି । ରାସ୍ତାଘାଟରେ ଯିଏ ବି ଯାଉଛି ଟିକେ ଅଟକି ଯାଉଥିଲା । କଣ ହୋଇଛି ଜାଣିଲା ବେଳକୁ ଦେଖିବାକୁ ମିଳିଲା ଭାଙ୍ଗିରୁଜି ଚୁରମାର୍ ହୋଇଥିବା ଏକ କାର୍ । ଏହି କାର୍ ଟିକୁ ଯିଏ ଦେଖିବ ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ଅନୁମାନ କରିପାରିବ ।

ଭୁବନେଶ୍ୱରରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ହୋଇଛି ଏହି ଛାତିଥରା ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ଉପରକୁ ମାଡ଼ି ଯାଇ ଅପରପାର୍ଶ୍ୱରେ ଥିବା ବସ୍‌କୁ ପିଟିଥିଲା କାର୍ ଟି। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ଗାଡ଼ିଟି ରାସ୍ତା ଉପରେ ଭାଙ୍ଗି ଚୁରମାର ହୋଇଯାଇଥବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା । ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା ଯଦି ଗାଡିର ଏମିତି ଅବସ୍ଥା ତାହେଲେ ଭିତରେ ବସିଥିବା ଲୋକଙ୍କର କଣ ନ ହୋଇଥିବ । ଏହି ଦୁର୍ଘଟଣାଗ୍ରସ୍ତ କାର୍ ଟିକୁ ଦେଖିବା ପାଇଁ ବେଶ୍ କିଛି ସମୟ ରାସ୍ତାରେ ଭିଡ ପରିଲିକ୍ଷୀତ ହୋଇଥିଲା ।

ତେବେ ସୂଚନା ଥାଉକି, ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା। ୨୦୨୨ରେ ୫ ହଜାର ୪୬୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧ ହଜାର ୬୬୩ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେହିପରି ଗତ ପାଞ୍ଚ ବର୍ଷରେ ମୋଟ ୫୪ ହଜାର ,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧ ହଜାର ୮୭୩ ଜଣ। ଗତ ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଥିଲେ। ସେହିପରି ସଡ଼କ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଅଜଣା ଗାଡ଼ି ଧକ୍କା ଦ୍ବାରା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି ।

ଯାହାକୁ ନେଇ ଗତ ୧ ତାରିଖରୁ ସାତ ଦିନ ପାଇଁ ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି ବୋଲି ଆରମ୍ଭ ହୋଇଥିଲା ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ବା ଜିରୋ ଫଟାଲିଟି ଉଇକ୍‌ । ଏହି ଅଭିଯାନ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ କୁହାଯାଇଥିଲା । ତଥାପି ଏହି ସପ୍ତାହରେ ଥମିବାର ନା ନେଉନାହିଁ । କଳେ ବଳେ କୌଶଳେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଅଟକାଇ ପାରୁନାହୁଁ ? ଯାହା ଅତି ଦୁଃଖ ଓ ପରିତାପର ବିଷୟ । ଏଥି ପାଇଁ ଉଭୟ ପ୍ରଶାସନ ଏବଂ ଜନସାଧାରଣଙ୍କୁ ସଚେତନ ଓ ବ୍ୟବସ୍ଥିତ ହେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.