‘ନାଲି ସୁନା’: ବିଶ୍ୱର ସବୁଠାରୁ ମହଙ୍ଗା ମସଲା , ଯାହାର ୧ କେଜି ଦାମ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ସମଲା ରହିଛି। ଯାହାକୁ ଆମେ ଖାଦ୍ୟ ବ୍ୟଞ୍ଜନରେ ବ୍ୟବହାର କରିଥାଉ। ସବୁ ମସଲାର ସ୍ୱାଦ ଭିନ୍ନ ଭିନ୍ନ ରହିଥାଏ। ମାତ୍ର ଏପରି ଏକ ମସଲା ଅଛି, ଯାହା ଏତେ ମହଙ୍ଗା ଯେ, ତାକୁ ନାଲି ସୁନା ବୋଲି କୁହାଯାଏ। ସୁନା ମୂଲ୍ୟବାନ ଧାତୁ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଏହି ନାଲି ସୁନାକୁ ବିଶ୍ୱର ମହଙ୍ଗା ମସଲା ଭାବେ ଗଣନା କରାଯାଏ। ଏହି ମସଲାର ଗଛକୁ ମଧ୍ୟ ବିଶ୍ୱର ସବୁଠାରୁ ମହଙ୍ଗା ଗଛ କୁହାଯାଏ। ଏହି ଗଛ ଲଗାଉଥିବା ପ୍ରମୁଖ ଦେଶ ମଧ୍ୟରେ ଭାରତ ସମେତ ଫ୍ରାନ୍ସ, ସ୍ପେନ, ଇରାନ, ଇଟାଲୀ, ଗରୀସ, ଜର୍ମାନୀ, ଜାପାନ, ଋଷ, ଅଷ୍ଟ୍ରିଆ, ତୁର୍କୀସ୍ତାନ, ଚାଇନା, ପାକିସ୍ତାନ ଏବଂ ସ୍ୱିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ଭାରତରେ ଏହା ଜାମ୍ମୁ କଶ୍ମୀରର ପାମପୁର ସୀମିତ ଅଞ୍ଚଳରେ ଅଧିକ ଚାଷ କରାଯାଇଥାଏ।

sam

ବିଶ୍ୱର ଏହି ମହଙ୍ଗା ମସଲାର ନାମ ହେଉଛି କେଶର। ଯାହାକୁ ଇଂରାଜୀରେ ସାଫରନ କୁହାଯାଏ। ବଜାରରେ ସାଫରନର ମୂଲ୍ୟ କିଲୋଗ୍ରାମ ପ୍ରତି ଅଢେଇ ଲକ୍ଷରୁ ୩ ଲକ୍ଷ ରହିଛି। କେଶର ଏତେ ଦାମୀ ହେବାର କାରଣ ହେଉଛି ଏହାର ଦେଢଲକ୍ଷ ଫୁଲରୁ କେବଳ ୧ କିଲୋଗ୍ରାମ ଶୁଖିଲା କେଶର ମିଳିଥାଏ।

ss

ପ୍ରାୟ ୨୩୦୦ ବର୍ଷ ପୂର୍ବେ ଏହା ଚାଷ କରାଯାଇଥିଲା। କୁହାଯାଏ, ଇଜପ୍ଟିର ରାଣୀ କ୍ଲିୟୋପେଟ୍ରା ନିଜର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ। କିଛି ଲୋକ ବିଶ୍ୱାସ କରନ୍ତି ଯେ, ଏହି କେଶରର ଉତ୍ପତ୍ତି ଦକ୍ଷିଣ ୟୁରୋପର ସ୍ପେନରେ ଚାଷ କରାଯାଇଥିଲା। କେଶର ଫୁଲର ସୁଗନ୍ଧ ଏତେ ଶକ୍ତିଶାଳୀ ଯେ, ଆଖପାଖ ଅଞ୍ଚଳକୁ ସୁବାସିତ କରିଦିଏ। ପ୍ରତ୍ୟେକ ଫୁଲରେ ମାତ୍ର ୩ଟି କେଶର ରହିଥାଏ।

ee

ଆୟୁର୍ବେଦ ଶାସ୍ତ୍ରରେ କେଶରର ଉପକାରିତା ବିଷୟରେ ମଧ୍ୟ କୁହାଯାଇଛି। ଏହା ଖାଦ୍ୟର ସ୍ୱାଦ ବଢାଇଥାଏ। ଦେବଦେବୀଙ୍କ ପୂଜାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ବର୍ତ୍ତମାନ କେଶରୁ ପାନ ମସଲା ଏବଂ ଗୁଟ୍‌ଖାରେ ବ୍ୟବହାର କରାଯାଉଛି। ଏହା ରକ୍ତ ଦମନକାରୀ, ନିମ୍ନ ରକ୍ତଚାପ ଏବଂ ପ୍ଲେଗ ରୋଗ ବିନାଶକ ଭାବେ ଜଣାଶୁଣା। ଏହାକୁ ଜଟିବୁଟି ଭାବେ ମଧ୍ୟ ବ୍ୟବହାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.