Below header

କଟକ ଜିଲ୍ଲାର ଏହି ଗାଁରେ ଶାଳଗ୍ରାମ ପଥରରେ ନିର୍ମାଣ ହେଉଛନ୍ତି ଦେବାଦେବୀ ମୂର୍ତ୍ତି, କେଉଁଠୁ ଆସୁଛି କେମିତି ହେଉଛି ଜାଣନ୍ତୁ

ସାଲେପୁର (କେନ୍ୟୁଜ୍‌) : ବିଷ୍ଣୁ ଭଗବାନଙ୍କ ପ୍ରତୀକ ହେଉଛି ଶାଳଗ୍ରାମ । ଅନେକ ଘରେ ପୂଜା ପାଆନ୍ତି ଏହି ଶଳଗ୍ରାମ । କୁହାଯାଏ ଶାଳଗ୍ରାମ ହେଉଛନ୍ତି ଜୀବନ୍ତ ଦେବତା। ହେଲେ ଆମ ରାଜ୍ୟରେ ଏମିତି ଏକ ଗାଁ ଅଛି ସେଠାରେ ଶାଳଗ୍ରାମ ପଥରରେ ହେଉଛି ବିଷ୍ଣୁଙ୍କର ବିଭିନ୍ନ ଅବତାରଙ୍କ ସହ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି । ତେବେ କେଉଁଠୁ ଏ ଶାଳଗ୍ରାମ ପଥର ଆସୁଛି ? ସତରେ କଣ ଅସଲି ଶାଳଗ୍ରାମ ଭିତରେ ସୁଦର୍ଶନ ଚକ୍ର ଶୋଭା ପାଆନ୍ତି। ଚାଲନ୍ତୁ ଯିବା ଦେଖିବା ଯେଉଁଠି ରୂପ ନେଉଛନ୍ତି ଶାଳଗ୍ରାମ ।

କଟକ ସଦର ନିର୍ବାଚନଣ୍ଡଳୀର ଢିଅନେମାଳ ସାହି ଗାଁ । ଦୀର୍ଘ ବର୍ଷ ଧରି ଏଇ ଗାଁର ଜଣେ ବ୍ୟକ୍ତି ଶାଳଗ୍ରାମ ପଥରରେ ନିର୍ମାଣ କରୁଛନ୍ତି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି। ଏହି କାରିଗର ଜଣକ ହେଉଛନ୍ତି ଜ୍ଞାନ ରଞ୍ଜନ ଦାସ ।

SALAGRAMA-3

ତେବେ ସମସ୍ତଙ୍କୁ ଜଣାଥିବ କି ନାହିଁ ନେପାଳର ଗଣ୍ଡୁକି ନଦୀରୁ ହିଁ ମିଳିଥାଏ ଶାଳଗ୍ରାମ ପଥର । କୋରିୟର ମାଧ୍ୟମରେ ଜ୍ଞାନ ରଞ୍ଜନଙ୍କ ନିକଟକୁ ଏସବୁ ପଥର ଆସେ । ଆଉ ବରାଦ ମୁତାବକ ମୁର୍ତ୍ତି ତିଆରି କରି ସେ ପୁଣି କୋରିୟରରେ ପଠାଇ ଦିଅନ୍ତି ଠିକଣା ଜାଗାକୁ । ଜ୍ଞାନ ରଞ୍ଜନଙ୍କ ସହ ତାଙ୍କ ପୂରା ପରିବାର ଓ ପାଖ ପଡୋଶୀମାନେ ମଧ୍ୟ ତାଙ୍କୁ ଏହିକାମରେ ସହଯୋଗ କରିଥାନ୍ତି । ଏଥିରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି ।

SALAGRAMA-5

ଶାଳଗ୍ରାମ ପଥର ଭିତରେ ନାରାୟଣଙ୍କର ଚକ୍ର ଥିବା ଆପଣମାନେ ଶୁଣିଥିବେ। ହେଲେ ଆଜି ଆଖିରେ ଦେଖି ନିଅନ୍ତୁ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପଥର ସବୁକୁ ଭାଙ୍ଗିଲେ ତା ଭିତରେ ଚକ୍ର ଚିହ୍ନ ଅତି ସ୍ପଷ୍ଟ ଭାବେ ଦେଖାଯାଏ। ଏହି ଫଟୋକୁ ଦେଖନ୍ତୁ ପଥର ଖଣ୍ଡରେ କିଭଳି ଚକ୍ର ଚିହ୍ନ ରହିଛି। ଆଉ ଏହି ଶାଳଗ୍ରାମ ପଥରଟି ଭଙ୍ଗା ହେଇନି । ହେଲେ ଏଥିରେ ବି ଚକ୍ରର କିଛି ଅଂଶ ଦେଖାଯାଉଛି।

SALAGRAMA-2

ସେଇଥି ପାଇଁ ଦେବଦେବୀଙ୍କ ପଛପଟେ ଏହି ଚକ୍ର ଚିହ୍ନ ଥିବା ଦେଖିବାକୁ ମିଳିଥାଏ। ଗୋଟିଏ ଶଳଗ୍ରାମକୁ ଦୁଇଖଣ୍ଡ କରିବା ପରେ ସେଥିରେ ଦୁଇଟି ମୂର୍ତ୍ତି ତିଆରି କରାଯାଇଥାଏ। ଏସବୁ ମୂର୍ତ୍ତି ଭାରତ ତଥା ଭାରତ ବାହାରକୁ ଯାଇ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ଶୋଭାପାଏ ବୋଲି କାରିଗର କହିଛନ୍ତି।

କଟକ ସାଲେପୁରରୁ ଶୁଭାଶିଷ ବସନ୍ତରାୟ, କେ ନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.