ଏହି ୬ ଆଦତ ରଖିଥିବା ବ୍ୟକ୍ତିଙ୍କୁ ଶନିଦେବ କେବେ ବି ଦେଇ ନଥାନ୍ତି ପୀଡା

ସୂର୍ଯ୍ୟ ପୁତ୍ର ଶନିଙ୍କ ବକ୍ର ଦୃଷ୍ଟି ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଥାଏ,ସେମାନଙ୍କ ଜୀବନ ସୁଖରେ ଭରିଯାଇଥାଏ । ଶନିଙ୍କ ଦେଢ଼୍ୟା ଓ ଶନିଙ୍କ ସାଡେ ସାତିରୁ ବଞ୍ଚିବା ବହୁତ ମୁସ୍କିଲ ହୋଇଥାଏ । ହେଲେ ନ୍ୟାୟଦେବ ଶନିଙ୍କ ଦୃଷ୍ଟି ଲୋକଙ୍କୁ କେବେ ବି ଅସୁବିଧାରେ ପକାଇ ନଥାଏ । ଶନିଦେବ ଯଦି ଥରେ କାହା ଉପରେ ଦୟା କରିବସନ୍ତି,ଖୁସି ଓ ସମ୍ପନ୍ନତା ଆପେ ଆପେ ତାଙ୍କ ଘରକୁ ଆସିଥାଏ । ଆଜି ଆସନ୍ତୁ ଜାଣିବା ଶନିଦେବ କେବେ ଓ କେଉଁ ଲୋକଙ୍କୁ ଅସୁବିଧାରେ ପକାଇ ନଥାନ୍ତି ।

ଏହି ୬ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶନିଦେବ ଅସୁବିଧାରେ ପକାନ୍ତି ନାହିଁ :

ଦାନ-ଧର୍ମ କାର୍ଯ୍ୟ

ଯେଉଁ ବ୍ୟକ୍ତି ଗରୀବ ଓ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଖରେ ଠିଆ ହୁଅନ୍ତି । ଦାନ ଧର୍ମ କାର୍ଯ୍ୟ କରିଥାନ୍ତି । ଶନିଦେବ ଏମିତି ଲୋକଙ୍କ ଉପରେ ସର୍ବଦା ନିଜ କୃପା ବନାଇ ରଖିଥାନ୍ତି । ବିଶେଷ କରି କଳା ଚଣା, ବିରି ଡାଲି, ତେଲ, କପଡା ଓ ଖାଇବା ସାମଗ୍ରୀ ଦାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି ।

କୁକୁର ସେବା

ଶନିଦେବ କୁକୁରର ସେବା କରୁଥିବା ବ୍ୟକ୍ତିଙ୍କ ଉପରେ କୃପା କରିଥାନ୍ତି । ବିଶେଷକରି କଳା କୁକୁରକୁ ରୁଟି କିମ୍ବା ଦୁଧ ଦେବା ଦ୍ୱାରା ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି । କୁକୁରକୁ ଶୋରିଷ ତେଲରେ ରୁଟି ବୁଡ଼ାଇ ଖୁଆଇବା ଦ୍ୱାରା ରାହୁ କେତୁ ଶାନ୍ତି ହୋଇଥାନ୍ତି ।

ନଖ ନ ବଢ଼ାଇବା

ନ୍ୟାୟ ପ୍ରିୟ ଶନିଦେବ ସଫା ସୁତୁରା ଉପରେ ଧ୍ୟାନ ଦେଇଥାନ୍ତି । ନଖ ବଢ଼ାଇବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାନ୍ତି ।

ଶନିବାର ଉପବାସ

ଯେଉଁ ଲୋକ ଶନିବାର ଦିନ ଉପବାସ କରି ଦାନ ଧର୍ମ କରିଥାନ୍ତି, ତାଙ୍କ ଉପରେ ଶନି ସର୍ବଦା ଦୟା କରିଥାନ୍ତି । ଏମିତି ଲୋକଙ୍କ ଘରେ ଅନ୍ନ ଭଣ୍ଡାର କେବେ ସମାପ୍ତ ହୋଇନଥାଏ ।

ଓସ୍ତ ଗଛର ପୂଜା

ଯେଉଁ ଲୋକ ଓସ୍ତ ଗଛର ପୂଜା କରନ୍ତି ବା ରୋପଣ କରନ୍ତି, ତାଙ୍କ ଉପରେ ଶନି କୃପା ସର୍ବଦା ବଜାୟ ରହିଥାଏ । ଶନିବାର ଦିନ ଏହି ଗଛ ମୂଳରେ ଶୋରିଷ ତେଲର ଦୀପ ଜଳାନ୍ତୁ । ଏହି ଉପାୟ କରୁଥିବା ବ୍ୟକ୍ତିଙ୍କ ଘର କେବେ ଅନ୍ଧାର ରହିନଥାଏ ।

ପିତୃପୁରୁଷଙ୍କ ଶ୍ରାଦ୍ଧ

ଯେଉଁ ଲୋକ ଠିକ ସମୟରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିଅନ୍ତି, ଶନିଦେବ ପ୍ରସନ୍ନ ହୋଇକରି ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି ଶନିବାର ଦିନ ଅମାବାସ୍ୟା ପଡୁଥାଏ,ତେବେ ଏହି ଦିନ ପୂଜା ପାଇଁ ବହୁତ ଶୁଭ ହୋଇଥାଏ । ଏହି ଦିନ ଶନିଦେବଙ୍କୁ ତେଲ ଚଢ଼ାନ୍ତୁ । ଓସ୍ତ ଗଛରେ ପାଣି ଦେବା ଓ ଗଛ ପରିକ୍ରମା କରିବା ବହୁତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.