ବର୍ଷା ବିପତ୍ତି ଦେଇଛି ଦୁଃଖ: ବିଭିନ୍ନ ସ୍ଥାନରେ ଯାଇଛି ୪ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):ଲଗାଣ ବର୍ଷାରେ ଅଘଟଣ। ବିଭିନ୍ନ ସ୍ଥାନରେ ବର୍ଷା ନେଇଛି ୪ଜଣଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଭୋଳବେଡା ଗ୍ରାମରେ ଅଘଟଣ। ଘର କାନ୍ଥ ପଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ରାତିରେ ଶୋଇଥିବା ବେଳେ କାନ୍ଥ ପଡି ଚାପି ହୋଇଯାଇଥିଲେ ୨ ଭଉଣୀ। ସେମାନଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ ବିଜେଡି ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଭେଟି ଏକଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗାଁରେ ଘର ଉପରେ ଗଛ ପଡ଼ି ଜଣେ ନାବାଳିକାଙ୍କ ଜୀବନ ଯାଇଛି। ରାତିରେ ପ୍ରବଳ ବର୍ଷା ଏବଂ ପବନ ଦ୍ୱାରା ଘର ନିକଟରେ ଥିବା ଗଛଟି ଉପୁଡି ଘର ଉପରେ ପଡି ନାବାଳିକାଙ୍କ ଜୀବନ ନେଇଛି।ସେପଟେ କୋରାପୁଟ ସହରର ଗାନ୍ଧିନଗରରେ ଅଭାବନୀୟ ଘଟଣା। ପିଏଚଡି କଲୋନିରେ କାନ୍ଥ ଭୁଶୁଡି ପଡି ୯ବର୍ଷ ବାଳକ ମୃତ। ଲଗାଣ ବର୍ଷାରେ ଭିଜି କାନ୍ଥ ଭୁଶୁଡି ପଡିଥିଲା। ରେଡକ୍ରସ ପାଣ୍ଠିରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.