ଦୀର୍ଘ ତିନିବର୍ଷ ହେଲା ବ୍ୟକ୍ତିଙ୍କ ଜୀବନ ପଛରେ ପଡିଛି କାଉ, ନେବାକୁ ଚାଁହୁଛି ନିଜ ପିଲା ମୃତ୍ୟୁର ପ୍ରତିଶୋଧ
ମଧ୍ୟପ୍ରଦେଶର ସୁମେଲା ଗ୍ରାମରେ ଏକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଏକ କାଉ ଶିବ କେବଟ ନାମକ ଜଣେ ଶ୍ରମିକଙ୍କ ପଛରେ ପଡି ଯାଇଛି । ସେ ଯେତେବେଳେ ବି ଘରୁ ବାହାରକୁ ବାହାରୁଛନ୍ତି ଠିକ ସେହି ସମୟରେ କାଉଟି ତାଙ୍କୁ ଆକ୍ରମଣ କରୁଛି । ଏପରି ଥରେ କିମ୍ବା ଦୁଇଥର ନୁହେଁ ବରଂ ଲଗାତାର ତିନି ବର୍ଷ ଧରି ଚାଲି ଆସୁଛି । କାଉଟି ଆକାଶରେ ଉଡି ଉଡି ଆସି ନିଜ ଥଣ୍ଟରେ ଅଙ୍କ ମୁଣ୍ଡକୁ ଆକ୍ରମଣ କରିଥାଏ ।
ସୂଚନା ଅନୁଯାୟୀ ସେ ଘରୁ ବାହାରି କିଛି ବାଟ ଗଲାପରେ କାଉଟି ତାଙ୍କୁ ଏକ ଦେଖିବା ମାତ୍ରେ ଆକ୍ରମଣ କରିଥାଏ । କେବେ ନିଜ ନଖରେ ତ କେବେ ଥଣ୍ଟରେ । ଏଭଳି ତାଙ୍କ ସହିତ ପ୍ରତିଦିନ ଘଟିଥାଏ । କାଉଟି ସବୁବେଳେ ଶିବଙ୍କ ଘର ବାହାରେ ଜଗି ରହିଥାଏ । ଯେପରି ସେ ଘରୁ ବାହାରନ୍ତି ଠିକ ସେତେବେଳେ କାଉଟି ତାଙ୍କ ଉପରେ ଆକ୍ରମଣ କରିଥାଏ । ଶିବଙ୍କ କହିବା ଅନୁଯାୟୀ ତିନିବର୍ଷ ତଳେ ସେ ଏକ କାଉର ପିଲାକୁ ବଞ୍ଚାଇଵାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମରିଯାଇଥିଲା ଏବଂ ଏହା ପରଠାରୁ କାଉ ତାଙ୍କ ଜୀବନ ପଛରେ ପଡିଯାଇଛି ।
ତାଙ୍କ କହିବା ଅନୁଯାୟୀ ଥରେ ଏକ କାଉଛୁଆ ଗୋଟେ ଜାଲରେ ଫସି ଯାଇଥିଲା ଏବଂ ସେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ସମୟରେ କାଉଟି ମରିଯାଇଥିଲା । ଯଦିଓ କାଉଟି ମରିବା ପଛରେ ତାଙ୍କର କୌଣସି ଦୋଷ ନଥିଲା ବରଂ ସେ କାଉଟିକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ଆଜିବି ଯେତେବେଳେ କାଉଟି ତାଙ୍କୁ ଆକ୍ରମଣ କରେ ସେ କେବେବି ତାକୁ ମାରିବାକୁ ଚେଷ୍ଟା କରନ୍ତି ନାହିଁ ।
କାଉଟି ଅନେକବାର ଶିବଙ୍କୁ କ୍ଷତାକ୍ତ କରିସାରିଛି । ଥରେ ଜଣେ ସ୍ଥାନୀୟ ପତ୍ରକାର କଥାର ସତ୍ୟାସତ୍ୟ ଦେଖିବା ଆଇଁ ଶିବଙ୍କ ନିକଟକୁ ଯାଇଥିଲେ ଏବଂ ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ସେ ଦେଖିଲେ ଯେ ଶିବ ଜଘରୁ ବାହାରିବା ମାତ୍ରେ କାଉଟି ତାଙ୍କୁ ଆକ୍ରମଣ କରୁଛି ।
ଏହାସହ ପଢନ୍ତୁ ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସେଠାକାର ପଶୁ ଏବଂ ପକ୍ଷୀ ବ୍ୟବହାର ଉପରେ ଗବେଷଣା କରୁଥିବା ପ୍ରଫେସର ଅଶୋକ କୁମାର ମୁଞ୍ଜଲଙ୍କ ମତରେ କାଉ ପ୍ରତିଶୋଧ ନେବାର କ୍ଷମତା ରଖିଥାଏ ଏବଂ ସେ ମଣିଷର ଚେହେରାକୁ ଭଲଭାବେ ମନେରଖିଥାଏ । କାରଣ କାଉର ମସ୍ତିସ୍କ ବହୁତ ଶାର୍ପ ହୋଇଥାଏ ଏବଂ କ୍ଷତି ପହଞ୍ଚାଉଥିବା ଲୋକଠାରୁ ସେ ପ୍ରତିଶୋଧ ନେବାର କ୍ଷମତା ରଖିଥାଏ ।