ବାଣ କାରଖାନାରେ ବିସ୍ଫୋରଣ,୧୯ ମୃତ ୪୦ରୁ ଊର୍ଦ୍ଧ୍ୱ ଗୁରୁତର

ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫସି ରହିଥିବା ମଧ୍ୟ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ।

ଏହାସହ ପଢ଼ନ୍ତୁ: ଜମ୍ମୁକଶ୍ମୀର: ଅନୁପ୍ରବେଶ ଉଦ୍ୟମ ବେଳେ ଗିରଫ ହେଲେ ୨ ଲସ୍କର ଆତଙ୍କବାଦୀ, ଭିଡିଓ ଜାରି କଲା ସେନା

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଦମକଳବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି। ବାଣ ବିସ୍ଫୋରଣ ଯୋଗୁଁ ଅଞ୍ଚଳରେ ପ୍ରବଳ ଧୂଆଁ ହୋଇଯାଇଥିବାରୁ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ସମସ୍ୟା ହେଉଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ।