Below header

ଜାଣନ୍ତି କି କ’ଣ ଆପଣଙ୍କ ପ୍ରିୟ ବଲିଉଡ୍‌ ଷ୍ଟାରର୍ସଙ୍କ ଫେଭରାଇଟ୍‌ ଫୁଡ୍‌?

ବଲିଉଡ୍‌ର ଷ୍ଟାର ସବୁବେଳେ ନିଜ ଫିଟ୍‌ନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଗ୍ଲାମର୍ସ ଜଗତରେ ନିଜକୁ ଆକ୍ଟିଭ୍‌ ରଖିବା ପାଇଁ ଫିଲ୍ମ ଷ୍ଟାରର୍ସମାନେ ନିଜ ଖାଇବା ପିଇବା ଠାରୁ ଆରମ୍ଭ କରି ଦିନଚର୍ଯ୍ୟା ପର୍ଯ୍ୟନ୍ତ ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ତେବେ ଆକ୍ଟିଂ ଲାଇଫ୍‌କୁ ଗୁରୁତ୍ୱ ଦେଉଥିବା ଏହି ଷ୍ଟାରମାନେ ଛୁଟିରେ ଥିବା ବେଳେ କିନ୍ତୁ ନିଜ ମନମୁତାବକ ଜୀଇଁଥାନ୍ତି। ନିଜ ପସନ୍ଦର ଖାଦ୍ୟ ଖାଇଥାନ୍ତି। ତୈଳଯୁକ୍ତ, ରାଗ, ଲୁଣି ଖାଇବା ଯାହା ସେମାନେ ପ୍ରତିଦିନ ଖାଇପାରନ୍ତି ନାହିଁ, ସେସବୁକୁ ପେଟପୂରା ଖାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପ୍ରିୟ ବଲିଉଡ୍‌ ଷ୍ଟାରର୍ସଙ୍କ ପ୍ରିୟ ଖାଦ୍ୟ ସମ୍ପର୍କରେ…

ସଲମାନ ଖାନ୍‌

ୟଙ୍ଗ୍‌ ସେନ୍‌ସେସନ୍‌ ସଲମାନ ଖାନ୍‌ ବଲିଉଡ୍‌ର ଭାଇଜାନ୍‌ ଭାବେ ଜଣାଶୁଣା। ୫୦ ବର୍ଷ ଟପିଥିଲେ ମଧ୍ୟ ସଲମାନ୍‌ ଆଜି ବି ୟଙ୍ଗ୍‌ ଦେଖାଯାଉଛନ୍ତି। ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସଲମାନ୍‌ କିନ୍ତୁ ବିରିୟାନୀ ଦେଖିଲେ ନିଜକୁ ଅଟକାଇପାରନ୍ତି ନାହିଁ। ସଲୁ ଭାଇଙ୍କ ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ମା’ସଲମାଙ୍କ ହାତ ରନ୍ଧା ବିରିୟାନୀ। ଏଥିସହ ସେ କବାବ ଓ ମୋଦକ ଖାଇବାକୁ ମଧ୍ୟ ସେ ବେଶ୍‌ ପସନ୍ଦ କରନ୍ତି।

କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫ୍‌ ସ୍ଲିମ୍‌ ଫିଗର ପାଇଁ ଚର୍ଚ୍ଚିତ। ସ୍ୱାସ୍ଥ୍ୟକୁ ଧ୍ୟାନ ଦେଉଥିଲେ ମଧ୍ୟ ଆଇସ୍‌କ୍ରିମ୍‌ ଖାଇବାକୁ ସେ ବହୁତ ଭଲ ପାଆନ୍ତି। ଆଇସ୍‌କ୍ରିମ୍‌ ଦେଖିଲେ ସେ ନିଜକୁ ଅଟକାଇ ପାରନ୍ତି ନାହିଁ। ମିଷ୍ଟାନ୍ନ ହେଉଛି କ୍ୟାଟ୍ରିନାଙ୍କ ସବୁଠାରୁ ପ୍ରିୟ ଖାଦ୍ୟ। ସେ ସିନାମୋନ୍‌ ରୋଲ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି।

ଶାହାରୁଖ ଖାନ୍‌

ବଲିଉଡ ବାଦଶାହା ଭାବେ ପରିଚିତ ଶାହାରୁଖ୍‌ ଜଣେ ଖାଦ୍ୟପ୍ରେମୀ ମଧ୍ୟ। ୫୦ ପୂରି ଥିଲେ ମଧ୍ୟ ଶାହାରୁଖ ଖାଇବାପିଇବା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ତେବେ ଶାହାରୁଖଙ୍କ ପ୍ରିୟ ଖାଦ୍ୟ ହେଉଛି ଗ୍ରୀଲ୍ଡ ଚିକେନ୍‌। ଏହି କ୍ରିସ୍‌ପି ଓ ଜୁସ୍‌ସି ଆଇଟମ୍‌କୁ ଶାହାରୁଖ ପ୍ରତିଦିନ ଲଞ୍ଚରେ ଭୋଜନ କରିଥାନ୍ତିି।

ଏହାସହ ପଢ଼ନ୍ତୁ: ବିବାଦ ଘେରରେ ପ୍ରଭାସଙ୍କ ଫିଲ୍ମ‘‘ସାହୋ’’, ଫିଲ୍ମ ଚୋରି କରିଥିବା ନେଇ ଆରୋପ

ହ୍ରିତିକ୍‌ ରୋଶନ୍‌

 

ଷ୍ଟାଇଲିସ୍‌ ଆକ୍ଟର ହ୍ରିତିକ ନିଜ ଶରୀରକୁ ନେଇ ବହୁତ ଯତ୍ନବାନ ଥାନ୍ତି। ଏଣୁ ଖାଇବା ପିଇବା ଉପରେ ସେ ବିଶେଷ ଧ୍ୟାନ ଦେଇଥାନ୍ତି। କ୍ରିସ୍‌ର ଷ୍ଟାର ହ୍ରିତିକଙ୍କ ପ୍ରିୟ ଖାଦ୍ୟ ହେଉଛି ଗର୍‌ମାଗରମ୍‌ ସମୋସା ବା ସିଙ୍ଗଡ଼ା। ସିଙ୍ଗଡ଼ା ସହ ରାଗ ଚଟନୀ ଖାଇବାକୁ ସେ ପସନ୍ଦ କରନ୍ତି। ଥରକେ ହ୍ରିତିକ ଡଜନେ ଲେଖାଏଁ ସିଙ୍ଗଡ଼ା ଖାଇଦିଅନ୍ତି।

ଦୀପିକା ପାଦୁକୋନ୍‌

ବଲିଉଡ୍‌ର ନମ୍ବର ଓ୍ଵାନ୍‌ ଅଭିନେତ୍ରୀ ଭାବେ ପରିଚିତ ଦୀପିକା ପାଦୁକୋନ୍‌ ନିଜ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ପଦ୍ମାବତ୍‌ ଷ୍ଟାର ଦୀପିକାଙ୍କ ପ୍ରିୟ ଖାଦ୍ୟ ହେଉଛି ଇଡ୍‌ଲୀ ଓ ସି ଫୁଡ୍‌। ଦକ୍ଷିଣ ଭାରତୀୟ ଖାଦ୍ୟକୁ ଦୀପିକା ବହୁତ ପସନ୍ଦ କରିଥାନ୍ତି। ଦୀପିକାଙ୍କୁ ଦେଶୀ ସେଉ ପୁରୀ ମଧ୍ୟ ବହୁତ ପସନ୍ଦ।

ଅମୀର ଖାନ୍‌

ପରଫେକ୍ଟନାଲିଷ୍ଟ ଅମୀର ଖାନ୍‌ ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ଖାଇବାରେ ମଧ୍ୟ ଅମୀର ବହୁତ ଚୁଜି। ଅମୀର ଖାନ୍‌ଙ୍କୁ ମୁଗଲାଇ ଆଇଟମ୍‌ ବହୁତ ପସନ୍ଦ। ବିରିୟାନୀ ବାଦ୍‌ଶାହୀ ଠାରୁ ଆରମ୍ଭ କରି ଶାହୀ ରୋଗନ ଜୋଶ୍‌ ପର୍ଯ୍ୟନ୍ତ ସବୁ ଖାଦ୍ୟ ଅମୀରଙ୍କ ପ୍ରିୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.