Below header

ନିଜ ନୂଆ ଘରର କବାଟ ଖୋଲୁ ଖୋଲୁ ଭୋ ଭୋ ହୋଇ କାନ୍ଦି ଉଠିଲେ ମାଲିକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଡ଼ ଅଜବ ଏ ଦୁନିଆ। କେଉଁଠି ନା କେଉଁଠି ପ୍ରତିଦିନ ଅଜବ ଘଟଣା ସବୁ ଘଟିଯାଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଆଶ୍ଚର୍ଯ୍ୟ କରିଦେବ। କଥାଟି ହେଲା, ଓ୍ଵାସିଙ୍ଗଟନର ଏକ ପରିବାର ନିଜ ନୂଆ ଘରକୁ ସିପ୍ଟ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଗାଈ ସେଠାରେ ଝାଡ଼ା ଫେରି ପୂରା ଘରଟିକୁ ଅସୁନ୍ଦର କରିଦେଇଥିଲା। ଚାଲନ୍ତୁ, ଆପଣଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହୁଛୁ।

cow1

ସୋସିଆଲ ମିଡିଆରେ ଜଣେ ୟୁଜର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ଏକ ଗାଈ ପୂରା ଘରକୁ ଗୋବରରେ କଦର୍ଯ୍ୟ କରିଦେଇଥିଲା। ଯଦିଓ ୟୁଜର ଜଣକ ନିଜ ଆକାଉଣ୍ଟକୁ ପରେ ଡିଲିଟ କରିଦେଇଥିଲେ। ସୂଚନା ଅନୁସାରେ, ଯେତେବେଳେ ବ୍ୟକ୍ତି ଜଣକ ନିଜ ନୂଆ ଘରର କବାଟ ଖୋଲିଥିଲେ, ସେତେବେଳେ ସାମ୍ନା ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ଦେଖିଥିଲେ ଯେ ଘରଟି ଗୋବରରେ ପୂରା ଭର୍ତ୍ତି ହୋଇଯାଇଥିଲା। ତଳ ପକ୍କା ଦେଖାଯାଉ ନ ଥିଲା। ଯଦି କିଛି ଦେଖାଯାଉଥିଲା, ତାହା ଥିଲା ଗାଈ ଗୋବର।

ଏହାସହ ପଢନ୍ତୁ: ମଝି ରାତିରେ ଭୂତପ୍ରେତ କରୁଛନ୍ତି ଅଜବ କାରନାମା, ମହାରାଷ୍ଟ୍ରର ଏହି ଘର ଉପରକୁ ହେଉଛି ପଥରମାଡ଼

cow2

କୁହାଯାଉଛି କି, ଏହି ପରିବାର ଓ୍ଵାସିଙ୍ଗଟନରେ ରହୁଥିଲେ ଏବଂ ସେଠାରୁ ସେମାନେ ମୋଣ୍ଟାନା ସିଫ୍ଟ ହୋଇ ଆସିଥିଲେ। ଏହି ପରିବାର ସେମାନଙ୍କ ନୂଆ ଘରର ଦାୟିତ୍ୱ ଜଣେ ମହିଳାଙ୍କୁ ଦେଇଥିଲେ। ଯେତେବେଳେ ମହିଳା ଜଣକ ଘରର ଏଭଳି ଅବସ୍ଥା ଦେଖି ମାଲିକଙ୍କୁ ଜଣାଇଥିଲେ, ସେଠାରେ ସେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ତେବେ ଗୋଟିଏ କଥା ସମସ୍ତଙ୍କୁ ଚକିତ କରିଥିଲା ଯେ ଘର ଭିତରକୁ ଗାଈ କିପରି ଆସିଲା? ଶୁଣିବାକୁ ମିଳିଥିଲା, ଘର ଆଖପାଖରେ ସବୁଜ ଓ ସତେଜ ଘାସ ସବୁ ରହିଥିଲା। ତେଣୁ ଗାଈଟି ସବୁବେଳେ ସେଠାକୁ ଆସୁଥିଲା ଏବଂ ଘାସ ଖାଇ ଘର ଭିତର ଗୋବର କରି ଚାଲିଯାଉଥିଲା। ପାଖାପାଖି ୧ ମାସ ପଯ୍ୟର୍ନ୍ତ ଗାଈଟି ପ୍ରତିଦିନ ଆସୁଥିଲା। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.