ଭାରତର ସେହି ଦୁର୍ଗ, ଯାହାକୁ ଇଂରେଜମାନେ ୧୩ ଥର ଆକ୍ରମଣ କରିବା ପରେ ମଧ୍ୟ ଜୟ କରିପାରିନଥିଲେ

ଭାରତରେ ଏପରି କେତେକ ଦୁର୍ଗ ରହିଛି, ଯାହା କୌଣସି ନା କୌଣସି କାରଣ ଯୋଗୁଁ ପ୍ରସିଦ୍ଧ ରହିଛି। ଏଭଳି ଏକ ଦୁର୍ଗ ରାଜସ୍ଥାନର ଭରତପୁରରେ ରହିଛି ଯାହାର ନାମ ଲୋହାଗଢ କିଲ୍ଲା । ଭାରତର ସେହି ଦୁର୍ଗ, ଯାହାକୁ ଇଂରେଜମାନେ ୧୩ ଥର ଆକ୍ରମଣ କରିବା ପରେ ମଧ୍ୟ ଜୟ କରିପାରିନଥିଲେ। ଏହା ଭାରତର ଏକମାତ୍ର ଅଜୟ ଦୁର୍ଗ। ଯାହାକୁ ଇଂରେଜମାନେ ମଧ୍ୟ ଜୟ କରି ନ ପାରି ହାର ମାନିଯାଇଥିଲେ। ଏହି ଦୁର୍ଗର ନିର୍ମାଣ ୨୮୫ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୭୩୩ ଜାଠ ଶାସକ ମହାରାଜା ସୁରଜମଲ କରିଥିଲେ। ସେହି ସମୟରେ ତୋପ ଏବଂ ବାରୁଦର ଅଧିକ ପ୍ରଚଳନ ଥିଲା, ସେଥିପାଇଁ ଏହି ଦୁର୍ଗର ନିର୍ମାଣ ସ୍ୱତନ୍ତ୍ର ଭାବେ କରାଯାଇଥିଲା। ଯାହା ଫଳରେ ବାରୁଦର ଗୁଳି କିମ୍ବା ତୋପ ମଧ୍ୟ ଏହି ଦୁର୍ଗର କାନ୍ଥକୁ ହଲାଇପାରୁନଥିଲା। ଏଠାରେ କିଛି ବି ପ୍ରୟୋଗ କରିବା ବ୍ୟର୍ଥ ଥିଲା।

1

ଏହି ଦୁର୍ଗର ନିର୍ମାଣ ପୂର୍ବରୁ ଏକ ଚଉଡା ଏବଂ ମଜବୁତ ପଥରରେ ଉଚ୍ଚ କାନ୍ଥ ତିଆରି କରାଯାଇଥିଲା। ଏହା ଉପରେ ତୋପର ପ୍ରଭାବ ମଧ୍ୟ ପଡିନଥିଲା। ଏଥିପାଇଁ ଏହି କାନ୍ଥ ଚାରିପଟେ ଶହେ ଫୁଟ ଚଉଡା ମାଟିରେ କାନ୍ଥ ତିଆରି କରାଗଲା ଏବଂ ତା’ ତଳକୁ ଅଧିକ ଗଭୀର ଏବଂ ଚଉଡା ଖାଇ କରି ସେଥିରେ ପାଣି ରଖାଯାଉଥିଲା। ଯଦି ଶତ୍ରୁ ପାଣିକୁ ପାର କରିନିଅନ୍ତି ତେବେ ମଧ୍ୟ ସେହି କାନ୍ଥରେ ଚଢିବା କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ ଥିଲା।

3

ଏହି ଦୁର୍ଗକୁ ଆକ୍ରମଣ କରିବା ଏତେ ସହଜ ନଥିଲା। ତୋପ ଗୋଳାବାରୁଦ ନିଆଁ ଏହା କାନ୍ଥରେ ବାଜି ଶାନ୍ତ ହେଇଯାଉଥିଲା। ଏଥିପାଇଁ ଶତ୍ରୁ କେବେ ବି ଏହା ମଧ୍ୟ ପ୍ରବେଶ କରିପାରିନଥିଲେ। ଏହି ଦୁର୍ଗକୁ ନିଜ ଅକ୍ତିଆରକୁ ନେବା ପାଇଁ ଇଂରେଜମାନେ ୧୩ ଥର ଆକ୍ରମଣ କରିଥିଲେ। ଇଂରେଜମାନେ ଏହାକୁ ଅକ୍ତିଆର କରିବା ପାଇଁ ଅନେକ ଗୋଳାବର୍ଷଣ କରିଥିଲେ, କିନ୍ତୁ ଏହାର କୌଣସି ପ୍ରଭାବ ଦୁର୍ଗ ଉପରେ ପଡିନଥିଲା। ଇଂରେଜ ସେନା ବାରମ୍ବାର ଆକ୍ରମଣ କରି ଶେଷରେ ନିରାଶ ସେଠାରୁ ଫେରି ଯାଇଥିଲା।

ଏହାସହ ପଢ଼ନ୍ତୁ ; ବିଶ୍ୱର ପ୍ରଥମ ନିରାମିଷ ରେଷ୍ଟୁରାଣ୍ଟ, ଯେଉଁଠାରେ ମିଳୁଛି ଶାକାହାରୀ ଭୋଜନ ପ୍ରସ୍ତୁତ କରିବାର ଟ୍ରେନିଂ

12

ଇଂରେଜ ଐତିହାସିକ ଜେମ୍ସ ଟାଡଙ୍କ ମୁତାବକ, ଏହି ଦୁର୍ଗର ବିଶେଷତ୍ୱ ଏହାର କାନ୍ଥ, ଯାହା ସିମେଣ୍ଟ ନୁହେଁ, ମାଟିରେ ନିର୍ମିତ। କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଲୁହାଠାରୁ ଅଧିକ ମଜବୁତ ରହିଛି।