ପୁଣି ସାମ୍ବାଦିକତା ନାମରେ ଠକେଇ ଅଭିଯୋଗ, ରେଳ ବିଭାଗରେ ଚାକିରୀ କରାଇଦେବେ କହି ଠକିନେଲେ ୬୦ହଜାର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ଏକ ଠକେଇ ମାମଲାରେ ସାମ୍ବାଦୀକ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି । ଅଭିଯୁକ୍ତ ସାହୁ ନିଜକୁ ସାମ୍ବାଦୀକ ବୋଲି ପରିଚୟ ଦେଇ ଗୁରାଣ୍ଡି ଅଞ୍ଚଳର ସୁଭ୍ରତ କୁମାର ପାତ୍ରଙ୍କୁ ରେଳବିଭାଗରେ ଚାକିରି କରାଇଦେବେ ବୋଲି କହି ୬୦ହଜାର ଟଙ୍କା ନେଇଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଅଭିଯୁକ୍ତ କୃଷ୍ଣ ସାହୁକୁ ଗିରଫ କରିଥିଲେ । ଏନେଇ ପାରଳାଖେମୁଣ୍ଡି ଥାନାରେ ଆୟୋଜୀତ ଏକ ସାମ୍ବାଦୀକ ସମ୍ମୀଳନିରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶୀତାରାମ ଶତପଥି ଅଭିଯୁକ୍ତ ନାମରେ ଏପରି ଏକ ଠକେଇ ଅଭିଯୋଗ ରାୟଗଡ ଜିଲ୍ଲାର ପଦ୍ମପୁର ଥାନାରେ ମଧ୍ୟ ଥିବା କହିଛନ୍ତି । ତେବେ ଏହି ଠକେଇରେ ଆଉ କିଏ ସାମୀଲ ଅଛି ତାହାର ତଦନ୍ତ ଯାରୀ ରହିଛି ବୋଲି କହିଛନ୍ତି ।

ଅଭିଯୁକ୍ତ ନିଜେ ଏକ ୱେବଟିଭି ଖୋଲି ବେଶ କିଛି ଦିନ ହେଲା ସାମ୍ବାଦୀକତା କରୁଥିଲେ । ତେବେ ବାବୁ କେବେ କୌଣସି ପ୍ରେସ ମିଟରେ କିମ୍ବା ସେ ପ୍ରଶାସନର ହେଉ କି ପୋଲିସର ଏପରିକି ରାଜନେତା, ଜନସାଧାରଣଙ୍କ ପ୍ରେସମିଟରେଭି ଦେଖାମିଳୁନଥିଲା । କେବଳ ଏତିକିରେ ନୁହେଁ ବାବୁ ଜଣକ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରମରୁ ଆଜି ଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାର ୱେବଟିଭି କେତେବେଳେ ରିପୋର୍ଟର, କେତେବେଳେ ଜୋନାଲ ହେଡ ଆଉ କେତେବେଳେ ଅଧ୍ୟକ୍ଷର ପରିଚୟ ଦେଉଥିଲେ । କେବଳ ସାମ୍ବାଦୀକ ଅସ୍ତ୍ର ନୁହେଁ ନିଜେ ଗୋଟିଏ ସୂଚନା ଅଧିକାର କାର୍ଯ୍ୟାଳୟ ଖୋଲି ମୂଖ୍ୟ ଭାବେ ପରିଚୟ ଦେଉଥିଲେ । କେବେ ସରକାରୀ ବାବୁ ତ ଆଉ କେବେ ବିଭିନ୍ନ ଅନୁଷ୍ଟାନକୁ ନିଜେ ଓ ବିଭିନ୍ନ ଲୋକଙ୍କ ପରୀଚୟ ପତ୍ରରେ ସୂଚନା ମାଗି ବେଶ ପ୍ରଭାବଶାଳି ହୋଇଥିଲେ । ଆଜି ପୋଲିସ ଜାଲରେ ପଡିବା ପରେ ପୋଲିସ ସାମ୍ବାଦୀକ ବାବୁଙ୍କ ବିରୋଧରେ କେସ ନଂ – ୧୭୦/୧୯ ରୁଜୁକରୀ ଆପିସିର ଧାରା ୪୧୯, ୪୨୦, ୨୯୪, ୩୨୩,୫୦୬ ଲଗାଇ କୋର୍ଟ ଚାଲାଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.