ଦେଖନ୍ତୁ ତ କିଭଳି ଦେଖାଯାଉଛି ଏହି ଅଦ୍ଭୁତ ଯାନ, ବାଇକ୍‌, ଉଡ଼ାଜାହାଜ ଓ ଜାହାଜର ‘ଥ୍ରୀ ଇନ୍‌ ଓ୍ଵାନ୍‌’

ଦିନ ଥିଲା, ଯେବେ ମଣିଷ ଭାବୁଥିଲା, ଏମିତି ଏକ ଯାନ ତିଆରି ହେଉ, ଯାହା ଜଳ, ସ୍ଥଳ ଏବଂ ବାୟୁରେ ଚାଲିପାରିବ। ଏହାପରେ ଆବିଷ୍କାର ହୋଇଥିଲା ସି-ପ୍ଲେନ୍‌। ସି-ପ୍ଲେନ୍‌ ପାଣି, ପବନ ଏବଂ ସଡ଼କ, ଏହି ତିନୋଟି ପୃଷ୍ଠ ଉପରେ ଚାଲିପାରୁଥିଲା। ଏବେ ବ୍ରିଟେନ ପୋଲିସ ଏମିତି ଏକ ଯାନର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି, ଯାହାକୁ ଦେଖିଲେ ଆପଣଙ୍କ ଆଖି ବି ଧୋକା ଖାଇଯିବ। କାହିଁକି ନା, ଏହା ବାଇକ୍‌, ଉଡ଼ାଜାହାଜ ଏବଂ ଶିପ୍‌, ତିନିଟିର ମିଶାମିଶି ଅଟେ।

କେବଳ ବ୍ରିଟେନ ନୁହେଁ, ୩ ରାଜ୍ୟର ପୋଲିସ ବି ଏହି ଅଜବ ଯାନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ସହିତ କ୍ୟାପସନ ରହିଛି ଯେ ବିଗତ ୨୬ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଏଭଳି ଯାନ ଧରାଯାଇଛି। ଟ୍ରାଫିକ୍‌ ପୋଲିସ ଆଉ ମଧ୍ୟ ଲେଖିଛନ୍ତି, ଆମେ ଏହି ଯାନକୁ ସବୁ ଆଡ଼ୁ ଯାଞ୍ଚ କରିଛୁ। କିନ୍ତୁ ଏ ପଯ୍ୟର୍ନ୍ତ ଏହା ଜଣାପଡ଼ି ନାହିଁ କି, ଏହା କ’ଣ ଅଟେ। ସେପଟେ ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡିଆ ୟୁଜର ଯାନ ବିଷୟରେ ଜାଣିବା ପାଇଁ ବେଶ୍‌ ଉତ୍ସୁକ ଅଛନ୍ତି।

ଏହାସହ ପଢନ୍ତୁ: ମଝି ରାତିରେ ଭୂତପ୍ରେତ କରୁଛନ୍ତି ଅଜବ କାରନାମା, ମହାରାଷ୍ଟ୍ରର ଏହି ଘର ଉପରକୁ ହେଉଛି ପଥରମାଡ଼

ତେବେ ଫଟୋ ଦେଖି ଅନେକ ୟୁଜର ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଟୁଇଟରରେ ଲେଖିଛନ୍ତି, ‘ମୋତେ ଲାଗୁନାହିଁ ଏହି ଯାନ ରାସ୍ତା ଉପରେ ଚାଲିବା ପାଇଁ ଯୋଗ୍ୟ ଅଛି। ମୁଁ ଏହି ଯାନକୁ କେବେ ବାଇକ୍‌ୱେରେ ଚଲାଇବି ନାହିଁ। ଲାଗୁଛି କି, ଏହା ମୃତ୍ୟୁ ପଯ୍ୟର୍ନ୍ତ ନେଇ ଯିବା ପାଇଁ ଏକ ଜାଲ ଅଟେ’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଏହି ଯାନ ଚଲାଇଲେ ଖୁସି ହେବି କି ଦୁଃଖ ଅନୁଭବ କରିବି, ତାହା ଜାଣିପାରୁନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.