ପୋଲିସ ମାରିଥିଲା ଏନକାଉଣ୍ଟରରେ, ୨ବର୍ଷ ପରେ କୋର୍ଟ ଦେଲେ ଆଜୀବନ କାରାଦଣ୍ଡ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ । ଯାହାର ନାମ ଶୁଣିଲା ମାତ୍ରେ ଥରହର ହେଉଥିଲା ପୁରା ରାଜସ୍ଥାନ। ମୁଣ୍ଡ ଉପରେ ସରକାର ଘେଷଣା କରିଥିଲେ ୫ ଲକ୍ଷ ଟଙ୍କାର ପୁରଷ୍କାର। କିନ୍ତୁ ଧରିବା ପାଇଁ କାହାର ସାହସ ନଥିଲା। କାରଣ ଆନନ୍ଦପାଲ ଥିଲା ଦୁର୍ଦାନ୍ତ ଅପରାଧୀ। ଦିନ ଦ୍ୱପ୍ରହରରେ ଫିଲ୍ମ ଷ୍ଟାଇଲରେ ଅପରାଧ କରିବାରେ ବେଶ ମାହିର ଥିଲା ଆନନ୍ଦପାଲ। ହେଲେ ସବୁ ଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୨ ବର୍ଷ ତଳେ ଆନନ୍ଦପାଲର ମୃତ୍ୟୁ ହୋଇଛି। କିନ୍ତୁ ତା ବିରୋଧରେ ଏପର୍ଯ୍ୟନ୍ତ କୋର୍ଟରେ କେସ୍‌ ଚାଲିଛି। ଆଉ ଏବେ ଏବେ ଗୋଟିଏ କେସରେ ଶୁଣାଣି ହୋଇ ତାକୁ ଆଜୀବନ କାରାଦଣ୍ଡର ରାୟ ଦିଆଯାଇଛି। ଏବେ ଦଣ୍ଡ ପାଇବା ପାଇଁ ଆନନ୍ଦପାଲ ଦୂନିଆରେ ନାହିଁ। କିନ୍ତୁ ତାର ଅପରାଧର ତାଲିକା ଲମ୍ବା ଥିବାରୁ କୋର୍ଟରେ ଏପର୍ଯ୍ୟନ୍ତ କେସ୍‌ ସରୁନାହିଁ । ଆନନ୍ଦପାଲ ବିଷୟରେ ଯେକେହିବି ଶୁଣିବ ଭୟରେ ଥରହର ହୋଇଯିବ। ସଧାରଣ ଲେକଙ୍କୁ ଅତ୍ୟାଚାର କରି ସମ୍ପତ୍ତି ହାତେଇବା ଥିଲା ଆନନ୍ଦପାଲର ଦୈନନ୍ଦିନ କାର୍ଯ୍ୟ । ମର୍ଡର ରାହାଜାନୀ ଇତ୍ୟାଦିକୁ ପେଷା କରି ଆୟ କରୁଥିଲା ବିପୁଳ ଅର୍ଥ। ମୃତ୍ୟୁପରେ ତା ଠାରୁ ପୋଲିସ ଜବତ କରିଥିଲା ପାଖାପାଖି ୧୫୦ କୋଟିର ବେନାମୀ ସମ୍ପତ୍ତି।

ପୋଲିସକୁ ମିଳିଥିଲା ରହସ୍ୟମୟ ଦୁର୍ଗ

ଆନନ୍ଦପାଲର ମୃତ୍ୟୁପରେ ପୋଲିସକୁ ମିଲିଥିଲା ଏକ ରହସ୍ୟମୟ ଦୁର୍ଗ। ଶୂନଶାନ ବିଲ ମଝିରେ ଥିଲା ଏକ ଫାର୍ମ ହାଉସ ଓ ତା ଭିତରେ ଥିଲା ଏହି ଦୁର୍ଗ । ଯେଉଁଠାରୁ ଆନନ୍ଦପାଲ ଅପରେଟିଙ୍ଗ କରୁଥିଲା ତାର ଅପରାଧର ନେଟଓ୍ଵର୍କ। ଦୁର୍ଗ ମଧ୍ୟରେ ଥିଲା ଏକ ଲୁହାର ପଞ୍ଜୁରୀ । ଯେଉଁଥିରେ ଆନନ୍ଦପାଲ ଧନୀ ଲୋକଙ୍କୁ ଅପହରଣ କରି ଏହି ପଞ୍ଜୁରୀ ମଧ୍ୟରେ ରଖୁଥିଲା ଓ ଅକଥନୀୟ ଅତ୍ୟାଚାର କରି ମୁଣ୍ଡ ଜାମିନ ପାଇଁ ଆଦୟ କରୁଥିଲା କୋଟି କୋଟି ଟଙ୍କା। ଶତ୍ରୁ ମାନେ  କାଳେ ଏହି ଦୁର୍ଗକୁ ଆକ୍ରମଣ କରିବେ ସେଥିପାଇଁ ଦୁର୍ଗର କାନ୍ଥ ଗୁଡିକରେ ଛୋଟ ଛୋଟ ଛିଦ୍ର ଥିଲା। ଯହା ଫଳରେ ଏହି ଛିଦ୍ର ଗୁଡିକ ମାଧ୍ୟମରେ ଶତ୍ରୁକୁ ବନ୍ଧୁକ ନିଶନା କରିହେବ। ପୋଲିସ ଠାରୁ ବଞ୍ଚିବାପାଇଁ ଦୁର୍ଗ ମଧ୍ୟରେ ଏକ ସୁଡଙ୍ଗ ମଧ୍ୟ ଥିଲା। ପୋଲିସର କହିବା ମୁତାବକ ଆନନ୍ଦପାଲ ନିଜ ପ୍ରେମିକା ସହ ଏହି ଦୁର୍ଗରେ ଅନେକ ସମୟ ରହିସାରିଛି। ଏହି ଫାର୍ମ ହାଉସଟି ଜଣେ ହରିଜନ ମହିଳାଙ୍କ ନାମରେ ଥିବା ପୋଲିସ କହିଛି।

ଏମିତି ମରିଥିଲା ଆନନ୍ଦପାଲ

ଜୁନ ୨୦୧୭ରେ ରାଜସ୍ଥାନର ସାଲସାର ଅଞ୍ଚଳରେ ପୋଲିସ ଓ ଅନନ୍ଦପାଲ ସହ ଗୁଳିବିନିମୟ ହୋଇଥିଲା। ଯେଉିଁଥିରେ ପ୍ରାଣ ହରାଇଥିଲେ ଏହି କୁଖ୍ୟାତ ଅପରାଧୀ ଆନନ୍ଦପାଲ ଓ ତାର ୬ ସାଥି। ଏନକାଉଣ୍ଟର ପରେ ଆନନ୍ଦପାଲ ଠାରୁ ପୋଲିସ AK 47 ସମେତ ଅନ୍ୟ ମାରଣାସ୍ତ୍ର ଜବତ କରିଥିଲା ଏହି ଏନକାଉଣ୍ଟର ବେଳେ ପୋଲିସ ଉପରକୁ ଆନନ୍ଦ ପାଖାପାଖି ୧୦୦ ରାଉଣ୍ଡ ଗୁଳି ଚଳାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.