ଶୁକ୍ର ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଏହିସବୁ ରାଶିର ହେବ ଭାଗ୍ୟ ଉଦୟ

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଏବଂ ଶୁକ୍ର ଗ୍ରହର ସ୍ୱତନ୍ତ୍ର ସ୍ଥାନ ରହିଛି। ଶୁକ୍ର ଦନ ଏବଂ ବୈଭବର ଗ୍ରହ ହୋଇଥିବା ବେଳେ ଗୁରୁ ଗ୍ରହ ଭାଗ୍ୟ ବୃଦ୍ଧିର ଗ୍ରହ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଆଜିଠାରୁ ମୀନ ରାଶିରେ ପ୍ରବେଶ କରୁଛନ୍ତି। ଏଠାରେ ଶୁକ୍ର ଗୁରୁ ସହିତ ମିଶିବେ। ଏମାନେ ଦୁହେଁ ୨୩ ମଇ ପର୍ଯ୍ୟନ୍ତ ଏକାଠି ରହିବେ। ଏହାର ପ୍ରଭାବ ବୃଷ, ମିଥୁନ ଏବଂ କର୍କଟ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ। ଏହିସବୁ ରାଶିର ଭାଗ୍ୟ ଉଦୟ ହେବ। ତେବେ କ’ଣ ସବୁ ଶୁଭଫଳ ମିଳିବ, ତାହା ଜାଣନ୍ତୁ…

ବୃଷ ରାଶି : ଶୁକ୍ର ଗୁରୁ ଏକାଠି ରହିବା ଯୋଗୁଁ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ମିଳିବ। ଏମାନଙ୍କର ଆୟ ବୃଦ୍ଧି ହେବ। ଏହି କାରଣ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଶରୀର ଫୂର୍ତ୍ତି ରହିବ । ପାରିବାରିକ ସୁଖ ମଧ୍ୟ ମିଳିବ। କ୍ୟାରିଅରରେ ଭଲ ସଫଳତା ମିଳିବ। କିନ୍ତୁ ଆପଣଙ୍କୁ ଉନ୍ନତି କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ମିଥୁନ ରାଶି : ମିଥୁନ ରାଶି ଜାତକ ପାଇଁ ଏହି ମିଳନ ବହୁତ ଶୁଭ। କ୍ୟାରିଅରରେ ଉନ୍ନତି ମିଳିବ। ନୂଆ ଚାକିରି ମିଳିପାରେ। ଏହି ରାଶିର ବ୍ୟକ୍ତି ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କୁ ପ୍ରମୋସନ-ଇନକ୍ରିମେଣ୍ଟ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ। ସଂପତ୍ତି ଲାଭ ରହିବ। ଛାତ୍ର ଏବଂ ପରୀକ୍ଷାର୍ଥୀ ପ୍ରତିଯୋଗିତାରେ ସଫଳତା ପାଇବେ।

କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତିତ୍ୱ ପାଇଁ ବିଦେଶ ଯାତ୍ରାର ସୁଯୋଗ ରହିଛି। ବୁଦ୍ଧି ଓ ବିବେକରେ ପରିବର୍ତ୍ତନ ଆଣନ୍ତୁ, କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆଶାନୁଯାୟୀ ସଫଳତା ମିଳିବ। ଯେଉଁ କାର୍ଯ୍ୟରେ ହାତ ମାରିବେ ସେଥିରେ ସଫଳତା ମିଳିବ। ସହଯୋଗରେ ଭଲପାଇବା ମିଳିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସଂପନ୍ନ ହେବ।

sukra 1
Photo credit: Prabhat Khabar

ସେହିପରି  ବୁଧ ଗ୍ରହ ୨୫ ଏପ୍ରିଲରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ମେଷ ରାଶି, କର୍କଟ ରାଶି, ସିଂହ ରାଶିରେ ରହିବେ। ଏହା ପରେ ମିଥୁନ ରାଶିରେ ପ୍ରବେଶ କରିବେ। ବୃଷ ରାଶିକୁ ଶୁକ୍ର ଦେବଙ୍କ ରାଶି ବୋଲି କୁହାଯାଏ। ଏମିତିରେ ବୁଧ ଯେଉଁ ରାଶିରେ ଗୋଚର ହେବେ ସେହି ରାଶି ଉପରେ ବେଶ୍‌ ସକାରାତ୍ମକତା ପଡିବ। କିନ୍ତୁ କିଛି ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିବ।ଚଳିତ ଥର ମଧ୍ୟ ବୁଧଙ୍କ ଗୋଚର ସମସ୍ତ ୧୨ଟି ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । ବୁଧଙ୍କ ଗୋଚର ଏହି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ।

 

Also Read : ଆଜିଠାରୁ ଏହିସବୁ ରାଶିରେ ହେଉଛନ୍ତି ବୁଧ ଗୋଚର, ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.