Below header

ପାରାଦୀପରେ ମିଳିତ ସମରାଭ୍ୟାସ ସାଗର କବଚ-୧: ରଣକୌଶଳ ଦେଖାଉଛନ୍ତି ରେଡ୍‌ ଓ ବ୍ଲୁ ଟିମ୍‌

ପାରାଦୀପ(କେନ୍ୟୁଜ୍): ପାରାଦୀପରେ ୨ ଦିନିଆ ମିଳିତ ସମରାଭ୍ୟାସ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ସମଗ୍ର ଭାରତ ବର୍ଷରେ ଥିବା ଉପକୂଳ ବନ୍ଦର ମାନଙ୍କରେ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ -1 । ଏନେଇ ପାରାଦୀପର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ସୁରକ୍ଷା କର୍ମୀ ମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହୋଇଥାଏ ମିଳିତ ସମରାଭ୍ୟାସ ସାଗର କବଚ ।

ତେବେ ଏ ବର୍ଷର ପ୍ରଥମ ସମରାଭ୍ୟାସ ସାଗର କବଚ-1 ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି ।ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ରୋକାଯାଇ ପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରୁଛନ୍ତି ସୁରକ୍ଷା କର୍ମୀ। ଚଳିତବର୍ଷ ମିଳିତ ସମରାଭ୍ୟାସ ସାଗର କବଚ -1 କାର୍ଯ୍ୟକ୍ରମରେ ଭାଗ ନେଇଛି ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇସେଫ, ଫିସାରି ଡିପାର୍ଟମେଣ୍ଟ, ମେରାଇନ ବିଭାଗ ଓ ଓଡିଶା ପୋଲିସ ଭଳି ୧୩ଟି ବିଭାଗ । ସମସ୍ତଙ୍କୁ ରେଡ୍‌ ଟିମ୍‌ ଓ ବ୍ଲୁ ଟିମ୍‌ ନାଁରେ ୨ଟି ଟିମ୍‌ ଗଠନ କରାଯାଇଛି। ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.