ପୂର୍ବ ମ୍ୟାଚର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, ହାଇଦ୍ରବାଦ ମଧ୍ୟ ପ୍ରସ୍ତୁତ

ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ପରସ୍ପରକୁ ଟକ୍କର ଦେବେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚକୁ ନେଇ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି। ପୂର୍ବରୁ ହାଇଦ୍ରାବାଦ ପାଖରୁ ପରାଜିତ ହୋଇସାରିଥିବା ଟାଇଟନ୍ସ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।

ଗୁଜରାଟ ଟାଇଟନ୍ସ ଚଳିତ ସିଜନରେ ୭ଟି ମ୍ୟାଚ୍ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ହାସଲ କରିଛି । କେବଳ ସନରାଇଜର୍ସ ହାଇଦ୍ରବାଦ ଠାରୁ ପରାଜିତ ହୋଇଛି ଟାଇଟନ୍ସ । ଗତ ୧୧ ତାରିଖରେ ଦୁଇଟି ଯାକ ଟିମ୍‌ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚକୁ ସନରାଇଜର୍ସ ୮ ୱିକେଟରେ ବିଜୟ ହାସଲ କରିଥିଲା ।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ସିଜନରେ ୭ଟି ମ୍ୟାଚ ଖେଳିଥିବା ବେଳେ ୫ଟି ମ୍ୟାଚ ଜିତିଛି ହାଦ୍ରାବାଦ। ଗତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ବଡ ବିଜୟପାଇଥିଲା ହାଇଦ୍ରାବାଦ।

ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ, ମାର୍କୋ ଜାନସେନଙ୍କୁ ନେଇ ଗଠିତ ପେସ୍ ବାହିନୀ ସନରାଇଜର୍ସର ବୋଲିଂ ବିଭା ସୁଦୃଢ ରହିଛି। ଅନ୍ୟ ପଟରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ଅଲଜାରୀ ଜୋଶେଫ ଓ ରସିଦ ଖାନଙ୍କ ଭଳି ଅନ୍ତର୍ଜାତୀୟ ବୋଲର ଟାଇଟନ୍ସ ଦଳରେ ରହିଛନ୍ତି ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ଅଭିନବ ମନୋହର, ରସିଦ ଖାନ, ଅଲଜାରୀ ଜୋଶେଫ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟଶ ଦୟାଲ ।

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ (ଅଧିନାୟକ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଶଶାଙ୍କ ସିଂହ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ, ଉମ୍ରାନ ମଲିକ, ଟି ନଟରାଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.