କେନ୍ଦୁଝର ଓ ମୟୁରଭଞ୍ଜରେ ଥମୁନି ହାତୀ ଆତଙ୍କ: ରାତିରେ ଗାଁରେ ପଶି କରୁଛନ୍ତି ଫସଲ ନଷ୍ଟ, ବର୍ଷ ତମାମ ଅଞ୍ଚଳବାସୀ ଭୟଭୀତ

ଆନନ୍ଦପୁର/ବାରିପଦା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ପଶିଲେ ହାତୀପଲ । ପଲରେ ୨୦ଟି ହାତୀ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜରୁ ଆସି ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍‌କୁ ପ୍ରବେଶ କରିଥିଲେ । ଦିନବେଳା ଜଙ୍ଗଲରେ ରହୁଥିବାବେଳେ ରାତିରେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି। ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲର ଉଖୁଣ୍ଡା ଅଞ୍ଚଳରେ ରହିଥିବା ବନ ବିଭାଗ ସୂଚନା ଦେଇଛି । ହାତୀପଲ ପଦ୍ମପୁର ମାଳିପଶି ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

ସେପଟେ ମୟୁରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ବର୍ଷ ତମାମ ଜନବସତି ମୁହାଁ ହାତୀପଲ । ପୁଣି ବେତନଟୀ ରେଞ୍ଜକୁ ପଶିଲେ ଝାଡ଼ଖଣ୍ଡ ହାତୀପଲ । ପଲରେ ଅଛନ୍ତି ୭୧ହାତୀ । ଏବେ ବଡାମପୁର ଓ ଫୁଲଝରି ସଂରକ୍ଷିତ ଜଙ୍ଗଲରେ ହାତୀ ପଲ ଅଛନ୍ତି । ହାତୀ ଘଉଡାଇବାକୁ ଉଦ୍ୟମ ସହ ହାତୀପଲ ଉପରେ ନଜର ରଖିଛି ବନବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.