Below header

ଦେବଦୂତ ସାଜିଛନ୍ତି ଶିଖ୍‌ ଯୁବକ, ଟ୍ଵିନ୍ ସିଟିରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଯୋଗାଉଛନ୍ତି ମାଗଣା ଅକ୍ସିଜେନ୍‌

ଭୁବନେଶ୍ୱର(କେ.ନ୍ୟୁଜ): କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶିଖ୍‌ ଯୁବକ। ୪ ଶିଖ୍‌ ଯୁବକ ରାଜଧାନୀ ଓ କଟକର ବିଭିନ୍ନ ସ୍ଥାନରେ ବୁଲି କୋଭିଡ୍‌ ଆକ୍ରାନ୍ତଙ୍କୁ ଯୋଗାଉଛନ୍ତି ଅକ୍ସିଜେନ୍‌। ଏମାନେ ସତବୀର ସିଂ, ପରମଜିତ ସିଂ, ତଞ୍ଜୋ ସିଂହ ଏବଂ ବିବେକ ତଲଓ୍ଵାର ।

ହୋମ ଆଇସୋଲୋସନରେ ଥିବା ରୋଗୀଙ୍କ ପାଖରେ ଗୋଟିଏ ଫୋନ୍‌ କଲରେ ପହଞ୍ଚୁଛି ଅକ୍ସିଜେନ୍‌। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଅସହାୟଙ୍କ ଘରେ ପହଞ୍ଚାଉଛନ୍ତି ଅକ୍ସିଜେନ୍‌ ସିଲିଣ୍ଡର। ଏବେ କଟକ ଓ ଭୁବନେଶ୍ଵରରେ ମାଗଣାରେ ବଣ୍ଟା ଯାଉଥିବା ବେଳେ ଆଗକୁ ଅନ୍ୟ ଜିଲ୍ଲାରେ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଯୁବକ। ପ୍ରଥମେ ୮୦୧୮୦୦୮୦୨୧ (8018008021) ନମ୍ବରରେ ଭିଡିଓ କଲରେ ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ନିହାତି ଆବଶ୍ୟକ ହେଉଥିଲେ ଅକ୍ସିଜେନ ଯୋଗାଇ ଦିଆଯାଉଛି ।

ଅକ୍ସିଜେନ୍‌ ସିଲିଣ୍ଡର ହସ୍ତାନ୍ତର କଲା ପରେ କିଭଳି ବ୍ୟବହାର କରିବେ ସେ ବିଷୟରେ ବୁଝାଉଛନ୍ତି । ଅତି ଆବଶ୍ୟକ ହେଲେ ମେଡିକାଲରେ ଆଡମିଟ୍‌ ହେବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଥିବା ଶିଖ ଯୁବକଙ୍କୁ ଏଭଳି କାର୍ଯ୍ଯ ପାଇଁ ସବୁ ମହଲରେ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.