ବେଙ୍ଗାଲୁରୁରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ, କରୋନାରେ ଚାଲିଗଲେ ଯାଜପୁରର ପ୍ରିୟଶ୍ଳୋକ

କରୋନାରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବେଙ୍ଗାଲୁରୁରେ ପ୍ରିୟଶ୍ଳୋକ ଆର୍ଯ୍ୟଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ହେଉଛି ଯାଜପୁର ଜିଲା ବିଂଝାରପୁର ବ୍ଲକ ରଘୁନାଥପୁର। ଓଡିଶାର ଜଣାଶୁଣା ଗାଳ୍ପିକ ଯଜ୍ଞଦତ ଆର୍ଯ୍ୟ ଓ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କ ପୁଅ ହେଉଛନ୍ତି ପ୍ରିୟଶ୍ଳୋକ। ବେଙ୍ଗାଲୁରର ଡିଆରଡିଓରେ କାର୍ଯ୍ୟରତ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ବିଂଝାରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.